Latest Odisha News

BREAKING NEWS

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ: ଶତାଧିକ କର୍ମଚାରୀ ମୃତ, ଅନେକ ଆହତ

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ । ଶତାଧିକ କର୍ମଚାରୀ ମୃତ, ଅନେକ ଆହତ ହୋଇଥିବା ଜଣାପଡିଛି ।

ଦକ୍ଷିଣ ପୂର୍ବ ନାଇଜେରିଆର ଏକ ତେଲ ରିଫାଇନାରୀରେ ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଛନ୍ତି ।

ବିସ୍ଫୋରଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । । ନିଆଁ ଦ୍ରୁତଗତିରେ ବେଆଇନ ଇନ୍ଧନ ଭଣ୍ଡାରକୁ ପ୍ରବେଶ କରିଥିଲା । ଫଳରେ ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା ।

ବିସ୍ଫୋରଣ କାରଣରୁ ମୃତକଙ୍କ ସଠିକ ସଂଖ୍ୟା ଜଣାପଡିନାହିଁ । ରାଜ୍ୟ ପେଟ୍ରୋଲିୟମ ରିସୋର୍ଟ କମିଶନର ଗୁଡଲକ ଓପିୟା କହିଛନ୍ତି ନିଆଁ ଲାଗିବା ଘଟଣା ଏକ ବେଆଇନ୍ ବଙ୍କରିଙ୍ଗ ନିକଟରେ ହୋଇଛି । ଏଥିରୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏହି ଲୋକମାନଙ୍କ ପରିଚୟ ମିଳିପାରିନାହିଁ ।ନାଇଜେରିଆରେ ବେଆଇନ୍ ତେଲ ରିଫାଇନାରୀ ସଂଖ୍ୟା ବଢିବାରେ ଲାଗିଛି । ଅଶୋଧିତ ତେଲକୁ ପ୍ରମୁଖ ତେଲ କମ୍ପାନୀର ପ୍ରଭୁତ୍ୱ ରଖିଥିବା କମ୍ପାନୀ ପାଇପଲାଇନ ଏକ ୱେବ ସହିତ ଟ୍ୟାପ କରାଯାଇଥାଏ । ଏହାପରେ ଅସ୍ଥାୟୀ ଟ୍ୟାଙ୍କର ଉତ୍ପାଦନକୁ ରିଫାଇନ୍ କରାଯାଇଥାଏ ।

ଗତବର୍ଷ ମଧ୍ୟ ଏପରି ଏକ ବିସ୍ଫୋରଣରେ ୨୫ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.