Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣରେ ୪୦ ନିହତ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମ୍

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଏକ ମସଜିଦ୍ ଉପରେ ଜଣେ ଅଜଣା ଦୁର୍ବୃତ୍ତ ଆଖିବୁଜା ଗୁଳିଚାଳନା କରିବାରୁ ସେଠାରେ ନମାଜ୍ ପାଠ କରୁଥିବା ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ପ୍ରାର୍ଥନାରତ ମୁସଲମାନଙ୍କ ଉପରେ ଏପରି ଅତର୍କିତ ଘୃଣ୍ୟ ଆକ୍ରମଣକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିନ୍ଦା ଆର୍ଜାଡ଼ ଦୃଢ ନିନ୍ଦା କରିଛନ୍ତି ।

ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, ଏହି ଘଟଣା ସମଗ୍ର ନ୍ୟୁଜିଲାଣ୍ଡ ଲାଗି ଏକ କଳାଦିବସ । ଯେଉଁମାନେ ଏହି ଆକ୍ରମଣର ଶୀକାର ହୋଇଛନ୍ତି, ସେମାନେ ନିଶ୍ଚିତ ରୁପେ ଶରଣାର୍ଥୀ କିମ୍ବା ଦେଶ ବାହାରର ଲୋକ । ନ୍ୟୁଜିଲାଣ୍ଡକୁ ସେମାନେ ନିଜର ଦେଶ ଭାବେ ବାଛିଛନ୍ତି ଏବଂ ସେମାନେ ନ୍ୟୁଜିଲାଣ୍ଡର ଅଧିବାସୀ ।

ଦେଶର ବିଭିନ୍ନ ସ୍ଥାନରେ ଧରପଗଡ଼ ଜାରି ରହିଥିବା ସହିତ ଇତିମଧ୍ୟରେ ଆକ୍ରମଣକାରୀକୁ ପୋଲିସ ଚିହ୍ନଟ କରିଛି । ଆତତାୟୀ ଜଣକ ଅଷ୍ଟ୍ରେଲୀୟ ଏବଂ ଏକ ସ୍କୁଟରଯୋଗେ ମସଜିଦକୁ ଆସି ଗୁଳିଚାଳନା କରିଥିବା ସୂତ୍ରରୁ ସୂଚନା ମିଳିଛି ।

ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏକ ସମୟରେ ୨ଟି ମସଜିଦ ଉପରେ ଆକ୍ରମଣ ହୋଇଛି ଏବଂ ସଠିକ୍ ମୃତାହତ ଖବର ଜଣାପଡ଼ିନାହିଁ ।

ଏପରିକି ଆତତାୟୀ ଜଣକ ଗୁଳିଚାଳନା କରିବାର ଦୃଶ୍ୟକୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଛି ଯାହାଦ୍ୱାରା କି ଏହି ଭିଡ଼ିଓଟି ସମଗ୍ର ଦେଶରେ ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ, ବାଂଲାଦେଶ କ୍ରିକେଟ ଦଳ ଏହି ମସଜିଦକୁ ଶୁକ୍ରବାର ନମାଜ କରିବାକୁ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର କୌଣସି କାରଣରୁ ମସଜିଦକୁ ଆସିନଥିବାରୁ ପୁରା ଦଳ ଅଳ୍ପକେ ବର୍ତ୍ତିଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ନୁଜିଲାଣ୍ଡର ୨୦୧୩ ଜନଗଣନା ଅନୁଯାୟୀ ଦେଶର ୧ ପ୍ରତିଶତ ଜନସଂଖ୍ୟା ହେଉଛି ମୁସଲିମ ସଂପ୍ରଦାୟର ।

Leave A Reply

Your email address will not be published.