Latest Odisha News

BREAKING NEWS

ମାସୁଦର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଫ୍ରାନ୍ସର ଚେତାବନୀ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ମାମଲାରେ ଚୀନ୍ ବାଧକ ସାଜିବାରୁ ଫ୍ରାନ୍ସ ମାସୁଦ୍ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

ଫ୍ରାନ୍ସ ସରକାର ଶୁକ୍ରବାର ଦିନ ଜୈଶ-ଇ-ମହମ୍ମଦର ସମସ୍ତ ସମ୍ପତ୍ତିକୁ ଜବତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଆହୁରି ମଧ୍ୟ ଫ୍ରାନ୍ସର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଅଜହରକୁ ୟୁରୋପୀୟ ସଂଘର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସୂଚୀରେ ସାମିଲ କରିବାକୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.