Latest Odisha News

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା: ପୋଲିସ ଗୁଳିରେ ୨ ମୃତ, ୧୧୦ ଗିରଫ

ବେଙ୍ଗାଳୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସୋସିଆଲ ପୋଷ୍ଟକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଛି ହିଂସାକାଣ୍ଡ । ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଯାଇ ପୁଲିସର ଗୁଳି ଚାଳନା। ଏଥିରେ ୨ ଜଣ ପ୍ରାଣ ହରାଇଥିବା ସୂଚନା।

ମିଳିଥିବା ସୂଚନା ଅନୁସାରେ, ଉତ୍ତେଜନାପୂର୍ଣ୍ଣ ବେକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁ ସ୍ଥିତ ଦୁଇଟି ଥାନା ଅଂଚଳରେ ଏହି ହିଂସାକାଣ୍ଡ ହୋଇଥିଲା । ବେଙ୍ଗାଲୁରୁର କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ଭଣଜା ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ପରେ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ । ମାତ୍ର ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।ଉତ୍ତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୁଳିଚଳାଇବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୬୦ରୁଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ବିଧାୟକଙ୍କ ଏହି ଭଣଜାକୁ ଗିରଫ କରାଯାଇଛି ମାମଲା ମଧ୍ୟ ରୁଜୁ କରାଯାଇଛି । ବର୍ତମାନ ସୁଦ୍ଧା ଘଟଣାରେ ୧୧୦ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।

ବର୍ତ୍ତମାନ ସଂପୃକ୍ତ ୨ ଥାନା ଅଂଚଳରେ କର୍ପ୍ୟୁ ଜାରି ହୋଇଛି । ବେଙ୍ଗାଲୁରୁ ମହାନଗର ନିଗମରେ ୧୪୪ ଧାରା ଜାରି କରାଯାଇଛି ।

Leave A Reply

Your email address will not be published.