ନୂଆଦିଲ୍ଲୀ: ନିକଟରେ ମିଳିତ ଜାତିସଂଘ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇଛି । ଏହି ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଦେଶରେ ବସବାସ ଭାରତୀୟମାନେ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ । ୨୦୧୯ରେ ୧୭.୫ ମିଲିୟନ ଭାରତୀୟ ସମୁଦାୟ ପ୍ରବାସୀ ଭାବେ ବିଭିନ୍ନ ଦେଶରେ ବସବାସ କରୁଛନ୍ତି ।
‘ଅନ୍ତର୍ଜାତୀୟ ପ୍ରବାସୀ ଷ୍ଟକ ୨୦୧୯’ ଏହାର ଏକ ଡ଼ାଟାସେଟ୍ ମିଳିତ ଜାତିସଂଘର ଇକୋନୋମିକ ଏଣ୍ଡ ସୋସିଆଲ୍ ଆଫେୟାର୍ସ (ଡ଼ିଇଏସଏ) ପକ୍ଷରୁ ରିଲିଜ୍ ହୋଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ସମଗ୍ର ବିଶ୍ୱ ସମୁଦାୟରେ ୨୭୨ ମିଲିୟନ ଏହି ପ୍ରବାସୀ ତାଲିକାରେ ଅନ୍ତର୍ଭୃକ୍ତ ହୋଇଛନ୍ତି ।
ଯେଉଁ ଅନ୍ତର୍ଜାତୀୟ ସମୁଦାୟଙ୍କୁ ଏଥିରେ ସାମିଲ୍ କରାଯାଇ ସର୍ଭେ କରାଯାଇଛି ସେମାନଙ୍କର ମୂଳ ଦେଶ, ଲିଙ୍ଗ ପ୍ରଭେଦ ତଥା ବୟସକୁ ସ୍ଥାନ ଦିଆଯାଇଛି । ବିଭିନ୍ନ ଦେଶର ଜାତୀୟ ଷ୍ଟାଟିଷ୍ଟିକ୍ସ ତଥା ବିଦେଶରେ ଜନ୍ମିତ ବିଦେଶୀ ଜନସଂଖ୍ୟା ଆକଳନକୁ ଭିତ୍ତିକରି ଏହି ସର୍ଭେ ପ୍ରସ୍ତୁତ କରାଯାଇଛି ।
ପିଟିଆଇ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରବାସୀଙ୍କ ସଂଖ୍ୟା ୨୦୧୯:
ଭାରତ: ୧୭.୫ ମିଲିୟନ
ମେକ୍ସିକୋ: ୧୧.୮ ମିଲିୟନ
ଚୀନ: ୧୦.୭ ମିଲିୟନ
ରୁଷିଆ: ୧୦.୫ ମିଲିୟନ
ସିରିଆ: ୮.୨ ମିଲିୟନ
ବାଂଲାଦେଶ: ୭.୮ ମିଲିୟନ
ପାକିସ୍ତାନ: ୬.୩ ମିଲିୟନ
ୟୁକ୍ରେନ: ୫.୯ ମିଲିୟନ
ଫିଲିପାଇନ୍ସ: ୫.୪ ମିଲିୟନ
ଆଫଗାନିସ୍ତାନ: ୫.୧ ମିଲିୟନ