Latest Odisha News

BREAKING NEWS

କେବଳ ୩୨ ହଜାର କାଳିଆ ହିତାଧିକାରୀ ଅଯୋଗ୍ୟ: ବିଜେଡି

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ କେବଳ ୩୨ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ବୁଧବାର ଦିନ ଶାସକ ଦଳ ବିଜେଡି ପକ୍ଷରୁ ସୂଚନା ମିଳିଛି ।

ଏହି ଯୋଜନାରେ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିବା ନେଇ ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିବା ପରେ ଆଜି ଦଳ ପକ୍ଷରୁ ଏଭଳି ସ୍ପଷ୍ଟିକରଣ ଦିଆଯାଇଛି ।

ରାଜ୍ୟସଭା ସଦସ୍ୟ ଓ ବିଜେଡି ପ୍ରବକ୍ତା ପ୍ରତାପ ଦେବ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୃଷିମନ୍ତ୍ରୀଙ୍କ ବୟାନକୁ ଗଣମାଧ୍ୟମ ଭୁଲ୍ ଭାବେ ବାଖ୍ୟା କରିଛି ।

ଆହୁରି ମଧ୍ୟ ୨୦ ହଜାର ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ଏବଂ ୧୨ ହଜାର ବଡ ଚାଷୀମାନେ ଏହି ଯୋଜନାରେ ଟଙ୍କା ପାଇଛନ୍ତି । ଯେଉଁମାନେ କି ଅଯୋଗ୍ୟ ହିତାଧିକାରୀ ବୋଲି ଶ୍ରୀ ଦେବ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୨୯ ତାରିଖ ମଧ୍ୟରେ ପ୍ରାୟ ୫୧,୦୫,୨୯୦ ଜଣ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ପଞ୍ଜିକୃତ କରାଯାଇଥିଲା । ସେଥିମଧ୍ୟରୁ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଥିଲେ ।

ତେବେ ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଅର୍ଥରାଶି ଫେରସ୍ତ ପାଇବା ଲାଗି ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.