Latest Odisha News

BREAKING NEWS

ଦେଶରୁ ଆଜି ୧୧ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯ ହଜାର, ୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଅଧିକ ସଂକ୍ରମିତ ଓ ସୁସ୍ଥ ହୋଇଛନ୍ତି କମ୍ । ୧୧ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ହଜାର ୪୮୯ ସଂକ୍ରମିତ ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅକୁ ଅନଲାଇନ୍ ଠକେଇ ମାମଲାରେ ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅକୁ ଅନଲାଇନ୍ ଠକେଇ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କୁ ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଠକେଇର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର୍ ରହିଛି । ଦିଲ୍ଲୀ ପୋଲିସ…

ଭୁବନେଶ୍ୱରରେ ସ୍ବିଗି ସେବା ବ୍ୟାହତ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଗତ ଏକ ସପ୍ତାହ ଧରି ଡେଲିଭରି ବଏ୍ ମାନେ ଷ୍ଟ୍ରାଇକରେ ରହିଥିବା ଯୋଗୁଁ ଭୁବନେଶ୍ୱରରେ ସ୍ବିଗି ସେବା ବନ୍ଦ କରାଯାଇଛି। ତେବେ ସେମାନେ ଦାବି କରିଛନ୍ତି ଯେ, କରୋନା ମହାମାରୀ ଯୋଗୁଁ ଯେଉଁ ସବୁ ସୁବିଧା ବନ୍ଦ କରାଯାଇଥିଲା ସେସବୁ ପୁଣି ଦିଆଯାଉ। ଅର୍ଡରରେ କିମି. ପ୍ରତି ୪…

ଚେନ୍ନାଇ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଭାରତର ଟପ୍ ଅର୍ଡର ଫେଲ୍, ଗଲାଣି ୫ଟି ଓ୍ୱିକେଟ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ଜଣଙ୍କ ପରେ ଜଣେ ବ୍ୟାଟ୍ସ ମ୍ୟାନ୍ ପାଭିଲନ୍ ଫେରୁଛନ୍ତି । ଗତକାଲିର ଅସମାପ୍ତ ଗୋଟିଏ ଓ୍ୱିକେଟରେ ୫୪ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମେ ରନ୍ ଆଉଟ୍ ହୋଇଥିଲେ…

ବନ୍ଦର ଭିନ୍ନ ଦିଗ; ଭୁବନେଶ୍ୱରରେ ସାଇକେଲ ଚଳାଇ ସୁରଙ୍କ ପ୍ରତିବାଦ, ଆଠଗଡ଼ରେ ଆନ୍ଦୋଳନକାରୀ ବାଣ୍ଟୁଛନ୍ତି ଚକଲେଟ୍

ଭୁବନେଶ୍ୱର: କଂଗ୍ରେସ ବନ୍ଦ ଡାକରା ଦେଲେ ପ୍ରାୟତଃ ଲୋକେ ଡରି ଯାଆନ୍ତି । କାରଣ କଂଗ୍ରେସ ଯେତେବେଳେ ବି ବନ୍ଦ ପାଳନ କରିଛି । ସେତେବେଳେ ଛୋଟ ମୋଟ ହିଂସା ଘଟିଛି । ତେବେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦରେ କୌଣସି ସ୍ଥାନରେ କିଛି ହିଂସା ଦେଖିବାକୁ ମିଳିନାହିଁ । କଂଗ୍ରେସ କର୍ମୀ…

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ ।ଏଥିସହ…

ଖୋର୍ଦ୍ଧାରେ କଂଗ୍ରେସର ବନ୍ଦ ପାଳନ ପ୍ରଭାବ, ଶୂନଶାନ ସହର

ଖୋର୍ଦ୍ଧା: ରାଜ୍ୟବ୍ୟାପୀ କଂଗ୍ରେ ଦେଇଥିବା ଓଡ଼ିଶା ବନ୍ଦ ପ୍ରଭାବ ଖୋର୍ଦ୍ଧାରେ ବି ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ରହିଛି ଦୋକାନବଜାର,…

ରାଜ୍ୟରେ ଆଜିଠୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ ଦିଆଯିବ । ନିର୍ଦ୍ଧାରିତ ତାରିଖ ଅନୁସାରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଯେଉଁମାନେ କୋଭିସିଲ୍ଡ…

ତୈଳ ଦର ବୃଦ୍ଧି ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କ ବେଶରେ ଶଗଡ଼ ଉପରେ ବସି ସହର ପରିକ୍ରମା

ଉମରକୋଟ: ତୈଳ ଦର ବେଲଗାମ । ପାଖାପାଖି ୯୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦାମ । ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭିନବ ଉପାୟରେ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଶଗଡ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶରେ ସହର ପରିକ୍ରମା । ଜଣେ ଯୁବକ ନିଜକୁ…

ଟ୍ରକ ଓଲଟି ପଡ଼ିବାରୁ ୧୫ ଶ୍ରମିକଙ୍କ ଅକାଳ ବିୟୋଗ

ମୁମ୍ୱାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓଲଟିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ଦୁଇ ଜଣ । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଗତକାଲ ରାତିରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଟ୍ରକରେ ଯାଉଥିବା ସମସ୍ତ ଲୋକ ଶ୍ରମିକ ଶ୍ରେଣୀର । ଅମୃତଭଣ୍ଡା…