Latest Odisha News

BREAKING NEWS

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂଙ୍କୁ ଗିରଫ କଲା ଏନଆଇଏ

ଚଣ୍ଡୀଗଡ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଶନିବାର ଏକ ବହୁତ ବଡ ସଫଳତା ମିଳିଛି । ଦେଶର କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂ (ଚିତା)କୁ ଏହାର ସ୍ୱତନ୍ତ୍ର ଟିମ୍ ହରିୟାଣାର ସିରସା ଅଂଚଳରେ ଗିରଫ କରିଛି । ଏହି ଟିମର ନେତୃତ୍ୱ ପୋଲିସ ଅଧିକ୍ଷକ ତେଜେନ୍ଦ୍ର ସିଂ କରୁଥିଲେ ।…

ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ ହେବ ରିଷି କାପୁରଙ୍କ ଅନ୍ତିିମ ଫିଲ୍ମ

ମୁମ୍ବାଇ:  ବଲିଉଡର ମହାନ କଳାକାର ଏବେ ନିକଟରେ ପରପାରିକୁ ଚାଲି ଯାଇଛନ୍ତି । ତେବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିଷି କାପୁରଙ୍କ ଅଭିନୀତ ଶେଷ ଫିଲ୍ମ ଶର୍ମାଜୀ ନମକିନକୁ ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଫିଲ୍ମରେ ଜୁହି…

କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି କେସ୍ କଲେ ରମେଶ

ନୂଆଦିଲ୍ଲୀ: କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି ତାମିଲନାଡୁର ମଦୁରାଇର କେ.କେ. ରମେଶ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଖଲ କରିଥିବା କୁହାଯାଉଛି । ପୃଥିବୀର ଅଧିକାଂଶ ଦେଶ କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି । ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍ ହୋଇଥିବା କୁହାଯାଉଛି ।…

କରୋନା ମ୍ୟାପ୍‌ରେ ନୟାଗଡ, ପ୍ରଥମ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନୟାଗଡକୁ ବ୍ୟାପିଲା କରୋନା । ଆଜି ନୟାଗଡାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୦ ବର୍ଷ । ସେ ସୁରତ ଫେରନ୍ତା । ସେ ସୁରତରୁ ଫେରିବା ପରେ ତାଙ୍କୁ କ୍ୱାରେଂଟିନ ସେଂଟରରେ ରଖାଯାଇଥିଲା । ନମୂନା ପରୀକ୍ଷା ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ…

ମିଶନ ଶକ୍ତିର ପ୍ରତ୍ୟେକ ମାଆ କରୋନା ଯୋଦ୍ଧା: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତିର ପ୍ରତ୍ୟେକ ମାଆ ଜଣେ ଜଣେ କରୋନା ଯୋଦ୍ଧା । ରାଜ୍ୟର ଗ୍ରାମାଂଚଳରେ ନିଜ ଜୀବନକୁ ସେମାନେ ବାଜି ଲଗାଇ କରୋନା ସହ ଲଢ଼ୁଛନ୍ତି । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା’ ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ…

ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ: ପଦ୍ମନାଭ ବେହେରା

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ । ଏନେଇ ପ୍ରକ୍ରିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବସରେ ଆସିବା ପାଇଁ ବ୍ୟବସ୍ଥା ନାହିଁ। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ…

ରେଲୱେ ଟ୍ରାକରେ ନ’ଚାଲିବାକୁ ପୂର୍ବତଟ ରେଳପଥର ଅନୁରୋଧ

ଭୁବନେଶ୍ୱର: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ଫଳରେ ସାରା ଦେଶରେ ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ବାତିଲ୍ କରାଯାଇଛି କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିବାକୁ ନିରବଚ୍ଛିନ୍ନ ଭାବେ ସମସ୍ତ ରେଳ ଟ୍ରାକ୍ ଉପରେ ମାଲବାହୀ ଓ ପାର୍ସଲ୍…

ରଥ ଖଳାରେ କରୋନା ସଚେତନତା

ପୁରୀ: ମହାମାରୀ କରୋନା ପାଇଁ ଶୀଜିଉଙ୍କ ରଥ ନିର୍ମାଣ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର ହୋଇଛି । ରଥ ତିଆରି ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ମିଳିିଛି ଗ୍ରୀନ୍ ସିଗ୍‌ନାଲ । କେନ୍ଦ୍ର ସରକାରଙ୍କଠାରୁ ସର୍ତ୍ତମୂଳକ ଅନୁମତି ମିଳିବା ପରେ ଶୁକ୍ରବାର ଠାରୁ ରଥ ନିର୍ମାଣ କାମ ଚାଲିଛି । ରଥ…

ଲାଗୁନି ବ୍ରେକ୍‌, ପୁଣି ଗଞ୍ଜାମରୁ ୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗଂଜାମରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ପୁଣି ଆଉ ୫ କରୋନା ପଜିଟିଭ ଚହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସୁରତ ଫେରନ୍ତା । ସମ୍ପୃକ୍ତି ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୩୯, ୪୯, ୪୮, ୪୫ ରହିଛି। ଏଥିସହ ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୬ ବର୍ଷୀୟ ନାବାଳକ…