Latest Odisha News

BREAKING NEWS

ଓଡିଶା ପରେ ପଂଜାବରେ ବଢିଲା ଲକ୍ ଡାଉନ ଅବଧି

ହରିଆଣା : ମେ ୧ ଯାଏଁ ପଂଜାବରେ ବଢିଲା ଲକ୍‌ଡାଉନ ଅବଧି । ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘୋଷଣା କରିଛନ୍ତି । ଓଡିଶା ପରେ ପଂଜାବ ଲକ୍ ଡାଉନ ଅବଧି ବଢାଇବାରେ ଦ୍ୱିତୀୟ ରାଜ୍ୟ । ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ୨୧ ଦିନିଆ ଲକ୍ ଡାଉନ ଆସନ୍ତା…

ଜାଣନ୍ତୁ, କଳାହାଣ୍ଡିର ଦ୍ୱିତୀୟ କୋଭିଡ-୧୯ ରୋଗୀ କେମିତି ହେଲେ ସଂକ୍ରମିତ

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ଛଅ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଗୋଲାମୁଣ୍ଡାର ବୋଲି ସରକାର ଜଣାଇଛନ୍ତି । ଗୋଲାମୁଣ୍ଡା ବାହାରିଗୁଡାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ନରେ ସାଙ୍ଗମାନଙ୍କୁ ଭେଟିଥିଲେ । ୨୨ରୁ ୨୪ ତାରିଖ ସେ ଘରେ…

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ତିନିଟି କୋଭିଡ୧୯ ହସ୍ପିଟାଲ

ଭୁବନେଶ୍ୱର: ଶୁକ୍ରବାର ଓଡିଶାରେ ତିନିଟି କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ ନଅଟିକୁ ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦ ଶଯ୍ୟା ବିଶିଷ୍ଟ ଗଂଜାମ ଶିତଳାପଲ୍ଲୀ କୋଭିଡ ୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ୱସ୍ତି; ଦେବାଳିଆ ଘୋଷଣା ଲାଗି ହାଇକୋର୍ଟରେ ଶୁଣାଣି ସ୍ଥଗିତ

ଲଣ୍ଡନ: ଭାରତରେ ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏବେ ଲଣ୍ଡନ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କରିବା ଲାଗି ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା । କେବଳ ଏସବିଆଇ ନୁହେଁ ବରଂ ଏସବିଆଇ ସହିତ ଏକାଧିକ ବ୍ୟାଙ୍କ୍…

ଓଡିଶାରେ ପ୍ରଥମ ଥର ପାଇଁ ଦୁଇ ଶିଶୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ପଜିଟିଭଙ୍କ ମଧ୍ୟରେ ଦୁଇ ଶିଶୁ । ଗୁରୁବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ମଧ୍ୟରେ ୫ ବର୍ଷ ଓ ୯ ବର୍ଷର ଦୁଇଜଣ ଶିଶୁ କନ୍ୟା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ ସମେତ କରୋନା ପଜିଟିଭ…

ପୁରୀରେ ଲକ୍‌ଡାଉନ୍‌: ଏବେବି ବଞ୍ଚିଛି ମାନବିକତା

ପୁରୀ: ମହାମାରୀର ଭୟାବହତା ମଧ୍ୟରେ ମଧ୍ୟ ମାନବିକତାର ଜ୍ୱଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି । ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ପୁରୀରେ କିଛି ଏନଜିଓ ଏବଂ ସରକାରୀ ସଂସ୍ଥା ଦ୍ୱାରା ଗରିବ ଓ ଅସହାୟ ମାନଙ୍କୁ ଦୈନିକ ଭୋଜନ…

ବିସିସିଆଇ ଦେଲା ଖେଳାଳିଙ୍କ ପାରିଶ୍ରମିକ

ମୁମ୍ବାଇ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୁକ୍ତିଭିତିକ ଖେଳାଳିଙ୍କ ବକେୟା ପାରିଶ୍ରମିକ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛି । ଅସୁବିଧା ସମୟରେ ଖେଳାଳିଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ଉଚିତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା…

ମୋଦିଙ୍କୁ ଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ ଟୁଇଟରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛି । ମୋଦି ବିଶ୍ୱର ଏମିତି ଏକମାତ୍ର ନେତା ଯାହାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିବା ଆରମ୍ବ କରିଛି । ୨ ଦିନ ପୂର୍ବରୁ କରୋନା ଭାଇରସ୍ ନେଇ…

କରୋନାଭାଇରସ୍‌ରୁ ମୁକ୍ତି ପାଇଲେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା !

ନେଦରଲ୍ୟାଣ୍ଡ: କରୋନାଭାଇରସ୍‌କୁ ହରାଇଲେ ୧୦୭ ବର୍ଷୀୟ ଡଚ୍ ମହିଳା । ରୋଗମୁକ୍ତ ହେବା ପରେ ମହିଳା ଜଣକ ବିଶ୍ୱର ବୟୋଜ୍ୟେଷ୍ଠ କରୋନା ମୁକ୍ତ ରୋଗୀ ଭାବେ ବିବେଚିତ ହୋଇଛନ୍ତି । Dutch woman aged 107 becomes world's oldest person to survive coronavirus…

କରୋନା ମୁକାବିଲା ପାଇଁ ଅଧିକ ଅନୁଦାନ ସହ ୫ ଲକ୍ଷ ପିପିଇ ଯୋଗାଇ ଦେବାକୁ ଓଡିଶାର ଦାବି

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ରକୁ ଅଧିକ ଅନୁଦାନ ମାଗିଛନ୍ତି । ଓଡିଶା ପାଇଁ କେନ୍ଦ୍ରରୁ ଏ ପର୍ଯ୍ୟନ୍ତ ୪୬ କୋଟି ୩୫ ଲକ୍ଷ ଟଙ୍କା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…