Latest Odisha News

BREAKING NEWS

୨୦୨୧ ଫେବ୍ରୁଆରୀ ବେଳକୁ ଭାରତରେ ପ୍ରତିଦିନ ଆସିବ ୨ ଲକ୍ଷ ୮୭ ହଜାର କରୋନା କେସ୍ !

ଭାରତରେ କରୋନା କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ । କେବେ ୨୨ ତ ପୁଣି କେବେ ୨୫ ହଜାର ପଜିଟିଭ୍ କେସ ବାହାରୁଛି । ଆଗକୁ ଆସୁଛି କରୋନା ଝଡ଼ । ଛାତି ଧରାଇଲା ଭଳି ଭବିଷ୍ୟବାଣୀ କରିଛି ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି । ଗବେଷଣାରୁ…

୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୫୭୭ ନୂଆ ଆକ୍ରାନ୍ତ: ୧୧ ହଜାର ଟପିଲା ମୋଟ ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୫୭୭ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ହୋମ୍ କ୍ବାରେନଣ୍ଟାଇନରେ ଡାକ୍ତର ଓ ନର୍ସ

ସମ୍ବଲପୁର: ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ବୁଧବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର ପାଞ୍ଚଜଣ ଡାକ୍ତର ଏବଂ ୧୦ ଜଣ ନର୍ସଙ୍କୁ ହୋମ୍ କ୍ବାରେନଣ୍ଟାଇନରେ ରଖାଯାଇଛି। ଅନ୍ୟ ଚିକିତ୍ସା ପାଇଁ ଜଣେ…

କାନପୁର ଏନକାଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ ଗିରଫ

ମଧ୍ୟପ୍ରଦେଶ: ପୋଲିସ ସହ ଲୁଚକାଳି ଖେଳ ସରିଲା । ଧରାଦେଲା କାନପୁର ଏନକାଉଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଆଜି ତାକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଛି । କାନପୁରରେ ୮ ଜଣ ପୋଲିସକୁ ହତ୍ୟା କରିବା ପରଠୁ ଫେରାର ଥିଲା । ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ନଡ଼ିଆ !

ଭୁବନେଶ୍ୱର: ଆମ ଶରୀର ପାଇଁ ନଡ଼ିଆ ଅନେକ ଉପକାରୀ ସାବ୍ୟସ୍ତ ହୋଇଥାଏ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଥାଏ। ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ବୃଦ୍ଧି କରିଥାଏ ଯାହାକି ଏହି ମହାମାରୀ ସମୟରେ…

ଆଜି ଭାରତରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ କରୋନା ଆକ୍ରାନ୍ତ: ୭ ଲକ୍ଷ ୬୭ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୭,୨୯୬…

୩ ଦିନ ପାଇଁ ସଟଡାଉନ ଘୋଷଣା ହେଲା ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡି: ଦିନକୁ ଦିନ ଭୟଙ୍କର ହେଉଛି କରୋନା। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ୩ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଶୁକ୍ରବାର ଠାରୁ ଆସନ୍ତା ୩ ଦିନ ପାଇଁ ଏହି ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ପାରଳାଖେମୁଣ୍ଡିକୁ…

ଏନକାଉଣ୍ଟରରେ ଗଡ଼ିଲା ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କ ମୁଣ୍ଡ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟର ମାମଲାକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ଅଭିଯାନ ଜୋରଦାର ଚାଲିଥିବା ବେଳେ ତାର ଜଣଙ୍କ ପରେ ଜଣେ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଉଛି । ଆଜି ଗୁଳି ଖାଇଛନ୍ତି ଆଉ ଦୁଇ ସହଯୋଗୀ । ସେମାନେ ହେଲେ ପ୍ରଭାତ…

ଦିଲ୍ଲୀର ଏକ ମାଲଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟରେ ୩୫ ଦମକଳ

ଦିଲ୍ଲୀ: ୱେଷ୍ଟ ଦିଲ୍ଲୀର ମୁଣ୍ଡୁକା ଅଞ୍ଚଳ ସ୍ଥିତ ଏକ ମାଲ ଗୋଦାମ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡର ମାତ୍ରା ଏତେ ଅଧିକ ରହିଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ହୋଇଥିଲେ ୩୫ଟି ଦମକଳ ବାହିନୀ । ମିଳିଥିବା ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ସାଢେ ୧୦…

[ଦେଖନ୍ତୁ]: ଖାଦ୍ୟ ଓଜନ କରି ଖାଉଛନ୍ତି ବିରାଟ: ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମୁମ୍ବାଇ ସ୍ଥିତ ନିଜ ନିବାସରେ ଅତିବାହିତ କରୁଛନ୍ତି କ୍ୱାଲିଟି ଟାଇମ । ଉଭୟ ଏକାଠି ଥିବାରୁ ଏହି ଲକଡାଉନ ସେମାନଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହୋଇଥିବା ଉଭୟ କହିଛନ୍ତି। ଏହି ସାମ୍ୟରର ବିରାଟ ଏବଂ ଅନୁଷ୍କା ମଧ୍ୟ ସୋସିଆଲ…