Latest Odisha News

BREAKING NEWS

ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼: ଶ୍ରାବଣର ଦ୍ୱିତୀୟ ସୋମବାର ସହ ସୋମ ପ୍ରଦୋଷ ବ୍ରତର ବିରଳ ସଂଯୋଗ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ପବିତ୍ର ଦିନରେ ଦେଶ ତଥା ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷ ଖାସ୍ କଥା ହେଉଛି, ଦୀର୍ଘ ୬ ବର୍ଷ ପରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଏବଂ ସୋମ…

ପୁଣି ଡରାଉଛି ‘ଏଲ୍ ନିନୋ’: ଦୁର୍ବଳ ହେବାରେ ଲାଗିଛି ମୌସୁମୀ, କମୁଛି ମେଘ ଆସ୍ତରଣ

ନୂଆଦିଲ୍ଲୀ: ବିଗତ କିଛି ସପ୍ତାହ ଧରି ଦେଶରେ ସକ୍ରିୟ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଏବେ ଧୀରେ ଧୀରେ କମିବାରେ ଲାଗିଛି। ଉପଗ୍ରହରୁ ପ୍ରାପ୍ତ ସର୍ବଶେଷ ଚିତ୍ର ଅନୁଯାୟୀ, ଭାରତର ଅଧିକାଂଶ ଅଞ୍ଚଳ ଏବଂ ବିଶେଷ କରି ବଙ୍ଗୋପସାଗର ଉପରେ ମେଘର ଆସ୍ତରଣ ଯଥେଷ୍ଟ ମାତ୍ରାରେ ହ୍ରାସ…

ବାଇକକୁ ପିଟିଲା ଟୁରିଷ୍ଟ ବସ, ଯୁବକ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ପିଏମଜି ସ୍କୋୟାର ନିକଟରେ ରବିବାର ଏକ ଟୁରିଷ୍ଟ ବସ୍ ଏକ ବାଇକକୁ ଧକ୍କା ଦେଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟକ ବସ୍ ପିଏମଜି ସ୍କୋୟାରରୁ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାର ଅଭିମୁଖେ ଯାଉଥିବା ବେଳେ ବାଇକ…

କଣ୍ଟେନରର ଗୁପ୍ତ ଚେମ୍ବରରୁ ମିଳିଲା ଗଞ୍ଜେଇ ;ବଜାର ମୂଲ୍ୟ ୧୨ କୋଟି,ମାଫିଆ ଫେରାର

ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ସୁବଳୟା ଥାନା ପୋଲିସ ଟିମ୍‌ ଚଢ଼ାଉ କରି ଏକ ଟ୍ରକରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।…

ଜୁଏଲାରୀ ମାଲିକଙ୍କ କାର ଉପରକୁ ଗୁଳିମାଡ଼;ଲୁଟେରା ଫେରାର

ସୋର: ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ସହ ଲୁଟ୍ ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ତେବେ ସ୍ଥାନୀୟ ଲୋକଙ୍କ ଗୋଡ଼ାଇବା ପରେ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଫଲ୍ସ ଫାୟାରିଂ କରି ଗୋଟିଏ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ଅଞ୍ଚଳରେ…

ଷ୍ଟେଟ୍ ବ୍ୟାଙ୍କରେ ୧୫୩୮ କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଓଡ଼ିଶାରେ ରହିଛି ୧୧୧ ସିଟ୍

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସରକାରୀ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜୁନିୟର ଆସୋସିଏଟ୍ (କ୍ଲର୍କ) ପଦବୀ ନିମନ୍ତେ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ…

PoK Protesters:PoKରେ ବିକ୍ଷୋଭକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଶାହବାଜଙ୍କ ଦଳ; ପୂର୍ବରୁ ଆତଙ୍କବାଦୀ କହିଲେ…

ନୂଆଦିଲ୍ଲୀ:ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ମାସ ମାସ ଧରି ଚାଲିଥିବା ବିକ୍ଷୋଭ ଓ ହିଂସା ମଧ୍ୟରେ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦଳ 'ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍' (PML-N) ର ଆଭିମୁଖ୍ୟ ବଦଳୁଥିବାର ଦେଖିବାକୁ ମିଳିଛି । ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା…

ରାଜଧାନୀରେ ନକଲି ‘OPTCL’ ଅଧିକାରୀଙ୍କ କଳାକାରନାମା: ୨୯ ଲକ୍ଷ ଟଙ୍କା ଠକି ସ୍ୱାମୀ ଗିରଫ, ସ୍ତ୍ରୀ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି। ନିଜକୁ ଜଣେ ବଡ଼ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ସାଧାରଣ ଲୋକଙ୍କଠାରୁ ୨୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା…

ଲେଜର ଲାଇଟ୍ ପାଇଁ ହଟହଟା ପାଇଲଟ, ଅଳ୍ପକେ ବର୍ତ୍ତିଲେ ୧୫୯ ଯାତ୍ରୀ…

କୋଲକାତା: ଶନିବାର ରାତିରେ ଲେଜର ବିମ୍ ଦ୍ୱାରା ଆଘାତ ପାଇବା ପରେ ମାଲେସିଆ ଏୟାରଲାଇନ୍ସର ଏକ ବିମାନ କିଛି ସମୟ ପାଇଁ ଆକାଶରେ ଘୂରି ବୁଲିଥିଲା। ବିମାନଟି ୧୫୯ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବେଳେ ମଝି ଆକାଶରେ ଏହି ଘଟଣା ଘଟିଛି। ଲେଜରର ଉଜ୍ଜ୍ୱଳ ଆଲୋକ ଯୋଗୁଁ ପାଇଲଟ୍ କିଛି ସମୟ ଦେଖି…

ଭାରତୀୟ ଟେଷ୍ଟ ଦଳକୁ ଫେରିଲେ ସରଫରାଜ: ଓହରିଲେ ସାଇ ସୁଦର୍ଶନ, ୧୫ରୁ ଗାଲେରେ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଆଘାତପ୍ରାପ୍ତ ବ୍ୟାଟର ସାଇ ସୁଦର୍ଶନଙ୍କ ସ୍ଥାନରେ ଦୁଇ ବର୍ଷ ପରେ ସରଫରାଜ ଖାନ୍‌ଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ବିସିସିଆଇ ରବିବାର ସନ୍ଧ୍ୟାରେ ଏହି ସୂଚନା…