Latest Odisha News

BREAKING NEWS

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା; ‘ଜାଣିଶୁଣି କମିସନ୍ ରିପୋର୍ଟ ଚାପି ଦିଆଯାଇଥିଲା’- ଆଇନମନ୍ତ୍ରୀଙ୍କ ଅଭିଯୋଗ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ଉପୁଜିଥିବା କହିଛନ୍ତି ଆଇନମନ୍ତ୍ରୀ। ପୂର୍ବ ବିଜେଡି ସରକାର ଉପରେ ଗୁରୁତର ଅଭିଯୋଗ ଆଣି ଆଇନମନ୍ତ୍ରୀ କହିଛନ୍ତି, ଜାଣିଶୁଣି କମିସନ୍ ରିପୋର୍ଟକୁ…

MKCG ମେଡିକାଲ କଲେଜର ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ସହରର MKCG ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଥିବା ନର୍ସିଂ କଲେଜର ହଷ୍ଟେଲରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ରାଉଣ୍ଡ ଫ୍ଲୋରରେ ଥିବା ରୋଷେଇ ଘରର ଏକ ଗ୍ୟାସ ପାଇପ୍ ରୁ ଗ୍ୟାସ ଲିକ୍ ହେବା ପରେ ନିଆଁ ଲାଗିଯାଇଥିଲା।…

ଗଛକୁ ପିଟିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୨୫ରୁ ଅଧିକ ଆହତ

ନୟାଗଡ଼: ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ଏକ ଗଛରେ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ‘ଶ୍ରୀ ନୀଳକଣ୍ଠେଶ୍ୱର’ ଏକ ଘରୋଇ ବସ୍‌…

ନିଆରା ଗୁରୁ! ପଦବୀ ନାହିଁ କି ବେତନ ନାହିଁ, ଶିକ୍ଷାଦାନ ହିଁ ଜୀବନର ବ୍ରତ

ନୂଆପଡ଼ା: ଗୁରୁ କେବଳ ଶ୍ରେଣୀ ଗୃହରେ ପାଠ ପଢ଼ାନ୍ତି ନାହିଁ, ବରଂ ସମାଜକୁ ଅଜ୍ଞାନତାର ଅନ୍ଧାରରୁ ଜ୍ଞାନର ଆଲୋକକୁ ନେଇଯାଆନ୍ତି। ଆଜି ଆମେ କହୁଛୁ ଏମିତି ଜଣେ ନିଆରା ଗୁରୁଙ୍କ କଥା, ଯାହାଙ୍କ ପାଖରେ ନା ଅଛି ପଦବୀ, ନା ଅଛି ବେତନ। ହେଲେ ଶିକ୍ଷାଦାନକୁ ବ୍ରତ କରି ଦୀର୍ଘ ବର୍ଷ ଧରି ଗରିବ ଓ…

୧୦ ଏକର ଗଞ୍ଜେଇ ଚାଷ ନଷ୍ଟ, ୩ ଗିରଫ

କୋରାପୁଟ: ପାଡୁଆ ଥାନା ଅନ୍ତର୍ଗତ ଦିଶାରିଗୁଡ଼ା ଓ ଲେଞ୍ଜିଗୁଡ଼ା ଜଙ୍ଗଲରେ ପୁଲିସ ଚଢ଼ାଉ କରି ୧୦ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି।…

ଆଜି ଭିଜିବ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ଅପରାହ୍ନ ଯାଏଁ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ଛଅଟି ଜିଲ୍ଲା ପାଇଁ ବର୍ଷା ନେଇ ଏକ ସତର୍କତା ଜାରି କରିଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ…

ଗ୍ରେସିଙ୍ଗିଆ ପ୍ରାଇମେରୀ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ; ପାହାଡ଼ିଆ ଅଞ୍ଚଳରେ ଅଧିକ ସୁଦୃଢ଼ ହେବ ବିଦ୍ୟୁତ ନେଟୱର୍କ

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅଧିକ ପରିବାର ଓ ସମୁଦାୟଙ୍କ ନିକଟରେ ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ପହଞ୍ଚୁଛି। ଜି. ଉଦୟଗିରି ବ୍ଲକ୍‌ର ଗ୍ରେସିଙ୍ଗିଆଠାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ନୂତନ ପାୱାର ସବ୍‌ଷ୍ଟେସନ୍‌ ନିର୍ମାଣ…

Snatched Gold Chain: ମନ୍ତ୍ରୀଙ୍କୁ ପିନ୍ଧାଉଥିଲେ ମାଳ…କିଏ ନେଇଗଲା ୭ ଲକ୍ଷର ସୁନା ଚେନ୍?

ମୁଜାଫରପୁର: ମନ୍ତ୍ରୀଙ୍କୁ ମାଳ ପିନ୍ଧାଇବେ କ’ଣ ନିଜ ବେକରୁ ଗାଏବ୍ ସୁନା ଚେନ୍! ଚୋରର ହାତଚାଲାଖି, ନେଇଗଲା ନେତାଙ୍କ ୭ ଲକ୍ଷର ଚେନ୍! ବିହାରର ମୁଜାଫରପୁର ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାରଙ୍କୁ ସ୍ୱାଗତ କରିବା ବେଳେ ଜଣେ JDU ନେତାଙ୍କ ଦାମୀ ଚେନ୍ ଚୋରି ହେବା ଘଟଣା…

୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା, ୮୩୩ କୋଟିରୁ ଊର୍ଦ୍ଧ୍ୱ…

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର କୃଷି…

ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଏନକାଉଣ୍ଟର କଲା ପୋଲିସ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଭୋର ସମୟରେ ପୋଲିସ ଏନକାଉଣ୍ଟର କରିଛି। ଏଥିରେ ଲୋକେଶ ସିଂହ ନାମକ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି। ସିମୁଳିଆ ଥାନା ଅନ୍ତର୍ଗତ ଆଡା ଛକ ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଲୋକେଶ ଏବଂ ତାଙ୍କର ଜଣେ ସହଯୋଗୀ ଡକାୟତି ଯୋଜନା କରୁଥିବା…