Latest Odisha News

BREAKING NEWS

ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ନିର୍ମାଣ କରିବ ସାଉଦି ଆରବ, ଫଟୋ ଭାଇରାଲ

ରିୟାଦ: ସାଉଦି ଆରବ ରାଜଧାନୀ ରିୟାଦରେ ୪୦୦ ମିଟର କ୍ୟୁବର ଐତିହାସିକ ବିଲ୍ଡିଂ 'ଦ ମୁକାବ'ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ବିଲଡିଂ ଦୁନିଆର ସବୁଠୁ ବଡ କୋଠା ହେବ। ଏହି ଗଗନଚୁମ୍ବୀ ବିଲ୍ଡିଂ ୨୦ ଲକ୍ଷ ବର୍ଗ ମିଟରର ଏକ ବିଶାଳ ଅଞ୍ଚଳରେ…

ଇତିହାସ ରଚିଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରେ ସିରିଜ ହାରିଲା ଭାରତ

ପୁଣେ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ପୁଣେ ଟେଷ୍ଟକୁ ୧୧୩ ରନରେ ଜିତିବା ସହ ଭାରତ ମାଟିରେ ପ୍ରଥମ ସିରିଜ ବିଜୟ ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭ୍ରମଣକାରୀ ଦଳ ୨-୦ରେ ଆଗୁଆ ରହିଛି । ଅପରପକ୍ଷରେ ଭାରତ ୧୨ ବର୍ଷ ପରେ ଘରୋଇ ପରିବେଶରେ ସିରିଜ ପରାଜୟବରଣ କରିଛି । ସ୍ପିନ ଜାଲରେ…

ପ୍ରିୟଙ୍କାଙ୍କ ପାଇଁ ‘ଓ୍ବାଏନାଡ’ ଚ୍ୟାଲେଞ୍ଜ

ଓ୍ବାଏନାଡ: ଓ୍ବାଏନାଡରୁ ନିର୍ବାଚନ ମଇଦାନରେ ଡେବ୍ୟୁ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ। ତାଙ୍କ ଆଗରେ ଭାଇ ରାହୁଲ ଗାନ୍ଧୀଙ୍କ ସିଟରୁ ବିଜୟର ପ୍ରଥମ ଇନିଂସ ଖେଳିବାର ବଡ ଚ୍ୟାଲେଞ୍ଜ ରହିଛି । ୧୯୯୯ରୁ ହିଁ ରାଜନୀତିରେ ସକ୍ରିୟ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ମାଆ ସୋନିଆ ଗାନ୍ଧୀଙ୍କ ପାଇଁ…

ବିଦେଶରେ ଅଦିନିଆ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରୟାସ, ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାରେ ଇସ୍କନ୍ ହୋଷ୍ଟନ ୟୁନିଟ୍ ପକ୍ଷରୁ ଅଦିନିଆ 'ସ୍ନାନା ଯାତ୍ରା' ଏବଂ 'ରଥ ଯାତ୍ରା' ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଓଡିଶା ତଥା ବାହାରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଇସ୍କନର ହୋଷ୍ଟନ୍…

ମହାରାଷ୍ଟ୍ର ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନର ଘୋଷଣା… 

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବାକୁ ଥିବା ବେଳେ ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହା, ରାଜନାଥ ସିଂ,…

ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ମନ୍ତ୍ରୀ କହିଛନ୍ତି, ବର୍ଷା କମିଲା…

ପୁଣି ଡରାଇଲା ସିଡିଏସସିଓ: ଏହି ସବୁ ଔଷଧ ଖାଉଥିଲେ ସାବଧାନ! ମୃତ୍ୟୁକୁ ଦେଉଛନ୍ତି ନିମନ୍ତ୍ରଣ 

ନୂଆଦିଲ୍ଲୀ: ସର୍ବଶେଷ ଗୁଣବତ୍ତା ନିୟନ୍ତ୍ରଣ ରିପୋର୍ଟରେ, କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୪୯ ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି ଯାହା ସାରା ଦେଶରେ ନମୁନା ହୋଇଥିବା ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ବିଫଳ ହୋଇଛି।…

ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ବର: ଆଜି ବାତ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ଏହି ସମୟରେ ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତ‌େ । ହେଲେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପାଗ…

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ପରେ ବନ୍ୟା ସ୍ଥିତି ଗମ୍ଭୀର ହେବା ନେଇ ଶୁଣିବାକୁ ମିଳୁଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ ଶନିବାର ସୂଚନା ଦେଇ କହିଛନ୍ତି କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି । ହେଲେ ବନ୍ୟା…

ଯମୁନାରେ ବୁଡ଼ ପକାଇବା ପରେ ଅସୁସ୍ଥ ବିରେନ୍ଦ୍ର ସଚ୍ଚଦେବା

ନୂଆଦିଲ୍ଲୀ: ଦିଲ୍ଲୀ ଭାରତୀୟ ଜନତା ପାର୍ଟି ସଭାପତି ବିରେନ୍ଦ୍ର ସଚ୍ଚଦେବାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ରାମ ମନୋହର ଲୋହିୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଦିଲ୍ଲୀ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଗତ ଗୁରୁବାର ଯମୁନାରେ ବୁଡ଼ ପକାଇଥିଲେ। ସେ ଯମୁନାରେ…