Latest Odisha News

BREAKING NEWS

ନିତୀ ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର…

ମୌସୁମୀ ପ୍ରଭାବରେ ଆହୁରୀ ୩ ଦିନ ବର୍ଷିବ, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ମୌସୁମୀ ପ୍ରଭାବରେ ଆହୁରୀ ୩ ଦିନ ବର୍ଷିବ। ଆଜି ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ବୁଧବାର ସକାଳ…

ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ। ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି…

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏହି ଟାସ୍କ ଫୋର୍ସରେ ରହିଥିବା ୮ ଜଣ ସଦସ୍ୟ…

ପୂର୍ବରୁ ଓଡ଼ିଶାକୁ ପାଞ୍ଚ ଟାଉଟର ଶାସନ କରୁଥିଲେ, ବିଜେଡି ବିଧାୟକ ଟେଣ୍ଟ ବାନ୍ଧୁଥିଲେ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଫାଇଭ ଟିକୁ ପାଞ୍ଚ ଟାଉଟର କହି କରିଛନ୍ତି କଡ଼ା ସମାଲୋଚନା। ବିରୋଧୀ ବିଜେଡି ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଆ ଅସ୍ମିତା ପ୍ରସଙ୍ଗ କଥା ଉଠାଇ ଶାସକ ଦଳକୁ ଘେରିଛି। ଆଉ ଏହି ସମୟରେ ବିଧାନସଭାରେ…

ରୋଜଗାର ପାଇଁ ମୋଦୀ ସରକାରର ବଡ଼ ଯୋଜନା, ଜାଣନ୍ତୁ କିଏ ପାଇପାରିବେ ଲାଭ?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରି କହିଛନ୍ତି ଯେ ଚଳିତ ବର୍ଷ ବଜେଟ ପାଇଁ ୪ଟି ପ୍ରମୁଖ ବିଷୟ ବସ୍ତୁ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷତା। ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ପାଇଁ…

କେନ୍ଦ୍ର ବଜେଟରେ ପୋଲାଭରମ ପ୍ରକଳ୍ପକୁ ପାଣ୍ଠି, ବିଜେଡି-କଂଗ୍ରେସ କହିଲେ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଅଭିଭାଷଣ ପରେ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ରାଜ୍ୟରେ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି। ଆନ୍ଧ୍ର ପ୍ରଦେଶର ପୋଲାଭରମ ଜଳସେଚନ ପ୍ରକଳ୍ପକୁ ଅର୍ଥ ଯୋଗାଣ ଓ ତ୍ୱରାନ୍ୱିତ କରିବା…

ଆଇରନ୍ ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ଦୁଇ ମାଡାମ ନିଲମ୍ବିତ

ପାରାଦୀପ: ପାରାଦୀପ ଲକପଡା ସ୍ଥିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଆଇରନ ବଟିକା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣା ପରେ କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ ଓ ସହକାରୀ…

ଅଲିମ୍ପିକ୍ସରେ ଭାରତୀୟ ବଂଶୋଦ୍ଭବ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୧୧୭ଜଣିଆ ଦଳ ପଠାଇଛି । ଅନ୍ୟ ସଂସ୍କରଣ ତୁଳନାରେ ଏଥର ଟିମ ଇଣ୍ଡିଆ ଅଧିକ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ତେବେ କେତେକ ଭାରତୀୟ ବଂଶୋଦ୍ଭବ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ଖେଳୁଛନ୍ତି । ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆମକୁ ପରୋକ୍ଷରେ…