କବିତା ନିରଂତର : ସମୟ ସଂଚାଳନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’
ବଳ, ଧନ, ଜ୍ଞାନ କମ୍-ବେଶି ମିଳେ
ସମୟ ମିଳେ ସମାନ
କାଳ ସଂଚାଳନ ପ୍ରତି ଦୈନଂଦିନ
ଯେଉଁ ବ୍ୟକ୍ତି ଦିଏ ଧ୍ୟାନ
କାଳକ୍ରମେ ସିଏ ନିଜକୁ ବନାଏ
ସକଳ ଗୁଣସଂପନ୍ନ
ଦୁର୍ଲଭ ହୁଏନି ବଳ, ଧନ, ଜ୍ଞାନ
ଘଟେନାହିଁ ଅନଟନ…