Latest Odisha News

BREAKING NEWS

ପୁଣି ମୁହାଁମୁହିଁ ଟ୍ରେନ; ୧୫ ଆହତ

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ବାଲେଶ୍ୱର ବାହାନଗା ଭଳି ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର ଦିନ କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରିରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ: ୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଝାଡ଼ଖଣ୍ଡ: ଚାଇବାସାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର। ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ଜଣେ ଜୋନାଲ କମାଣ୍ଡର, ୨ ଏରିଆ କମାଣ୍ଡର ସମେତ ୪ ନିହତ ହୋଇଛନ୍ତି। ଏଥିସହ ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣ…

ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ

ନୂଆଦିଲ୍ଲୀ: ସଫଳ ହେଲା ପରୀକ୍ଷଣ | ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ | ରେଆସିର ଚେନାବ ନଦୀ ଉପରେ ଯାଇଥିବା ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ ବୈଦ୍ୟୁତିକ ରେଳ ଛଡାଯାଇଥିଲା। ଯାହା ସଫଳତାର ସହ ଜମ୍ମୁ କଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଗଡିଛି…

ଘାଟିରେ ପାହାଡ଼କୁ ପିଟିଲା ବସ୍‌; ୧୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ବସ୍ ଦୁର୍ଘଟଣା। ଘାଟିରେ ପାହାଡ଼କୁ ପିଟିଲା ରାଜ୍ୟ ସରକାର ବସ୍‌। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆତଙ୍କବାଦ ନିପାତ ଲାଗି ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା । ଜମ୍ମୁ-କାଶ୍ମୀର ବାନ୍ଦିପୋରାର ଆରାଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଆଉ ଜଣେ ଆତଙ୍କବାଦୀ। ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା…

ହୁ ହୁ ହୋଇ ବଢୁଛି ପରିବା ଦର, ୪୦ ଛୁଇଁଲା ପିଆଜ ଦର

ଭୁବନେଶ୍ୱର: ହାଣ୍ଡିଶାଳକୁ ମହଙ୍ଗାମାଡ଼ | ପୂର୍ବରୁ ଡାଲି, ଚାଉଳ, ତେଲର ମୂଲ୍ୟ ବଢିଥିବା ବେଳେ ଏବେ ହୁହୁ ହେଇ ବଢୁଛି ପରିବା ଦର | ଭେଣ୍ଡି, ଵିମ, ଅଦା ଓ ରସୁଣ ଦର ତ ଆକାଶ ଛୁଇଁଥିବା ବେଳେ ଏବେ ନିହାତି ଆବଶ୍ୟକ ପରିବା ଆଳୁ ଓ ପିଆଜ ଉପରେ ମହଙ୍ଗା ମାଡ ହୋଇଛି | ସପ୍ତାହକ ଭିତରେ ପିଆଜ ଦର…

ଟ୍ରାକ୍ଟରକୁ ଧକ୍କା ଦେଲା କାର, ଚାଲିଗଲା ୪ ଜୀବନ

ଭବାନୀପାଟଣା: ଟ୍ରାକ୍ଟରକୁ ପିଟିଦେଲା କାର |ଘଟଣାସ୍ଥଳରେ  ହିଁ ଚାଲିଗଲା ୪ ଜୀବନ | ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଖଡ଼ିଆଳ-ଭବାନୀପାଟଣା ଲଛିପୁର ଛକରେ | ଉକ୍ତ ଛକରେ ରବିବାର ବିଳମ୍ବିତ ରାତିରେ ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା କାର | ପରେ କାର୍ ଟିକୁ ପିଟିଦେଲା ଟ୍ରକ୍ । ଫଳରେ…

ଡ଼ରାଇଲାଣି ‘ଡିପଥେରିଆ’, ରାୟଗଡାରେ ବଢୁଛି ସଂକ୍ରମଣ ସଂଖ୍ୟା

ରାୟଗଡା: ରାୟଗଡାରେ ବ୍ୟାପୁଛି ଡିପଥେରିଆ | ରାୟଗଡା କାଶୀପୁର ଅଞ୍ଚଳରେ ୧୦ ଦିନ ଭିତରେ ଗଲାଣି ୫ ଶିଶୁଙ୍କ ଜୀବନ | ସଂକ୍ରମଣ ସଂଖ୍ୟା ଯେପରି ବୃଦ୍ଧି ନହେଉ କି ଏଥିରେ ନିରୀହ ଶିଶୁଙ୍କ ଜୀବନ ନଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତରୀ ଟିମ ଓ ବିଶେଷଜ୍ଞ ଟିମ ଘଟଣାସ୍ଥଳରେ…

ଦୁଇ ଦେଶ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଅବସର ନେବେ ଡେଭିଡ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ ଅବସରରେ ନାମ୍ବିଆ ଅଲରାଉଣ୍ଡର ଡେଭିଡ ୱେଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତି ନେଇଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ୧୨ ବଲରୁ ୨ ଚୌକା ଓ ୨ଛକା ସହାୟତାରେ ୨୭ ରନ କରିଥିଲେ । ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ଡେଭିଡ ବିଧିବଦ୍ଧ…

୫ ଦିନରେ ୧ ଲକ୍ଷ ଲୋକଙ୍କୁ ଭେଟିଲେଣି ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପଟ ବଦଳାଇଛି ଓଡିଶା ରାଜନୀତି । ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବା ପରେ ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଚନ୍ତି ମୋହନ ଚରଣ ମାଝୀ । ଆଉ ଶପଥ ନେବା ପରା ପରେ ପୂରା ଆକ୍ସନ ମୋଡରେ…