Latest Odisha News

BREAKING NEWS

ଚାମେଲି ବିବାଦ ମାମଲା: ଶେଷରେ ମୁହଁ ଖୋଲିଲେ ବିଡିଓ ଓ ବିଧାୟକ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ। ବିନା ଅନୁମତିରେ କିଛି ଲୋକ ମୋ ଚାମ୍ବର ଭିତରେ ପଶିଥିଲେ। ମୋ…

ଅଠରନଳାରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା, ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ ଟଙ୍କା…

ପୁରୀ: ଆରମ୍ଭ ହୋଇଛି ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ । ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ ହୋଇଛି । ଅଠରନଳାରୁ ବଡ଼ଦାଣ୍ଡ, ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା । ବଡ଼ଦାଣ୍ଡ ସମେତ, ମୁଖ୍ୟ ରାସ୍ତାର ସମସ୍ତ କୋଠାକୁ ସମାନ ରଙ୍ଗରେ ଉପସ୍ଥାପିତ…

ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି; ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଘଟଣାରେ ତଦନ୍ତ ପାଇଁ କମିଟି ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ…

ପୁରୀରେ ୭୦୦ରୁ ଉର୍ଦ୍ଧ୍ବ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଉଦବେଗ ପ୍ରକାଶ କଲେ ଅଗ୍ନିଶମ ଡିଜି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ଏହାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସବୁ ପ୍ରଶାସନିକ ଵିଭାଗ ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ସୁରକ୍ଷିତ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତି ଜାରି ରଖିଛି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପୁରୀ ଆସି…

ଆମ କଥାରେ ମୁଣ୍ଡ ପୁରାନି; ଟ୍ରମ୍ପକୁ କାହିଁକି ଏଭଳି କହିଲା ବ୍ରାଜିଲ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିଛନ୍ତି। ଯାହା ଦ୍ୱାରା ଉପସାଗରୀୟ ଅଞ୍ଚଳରେ ଉତ୍ତେଜନାକୁ ଅସ୍ଥାୟୀ ଭାବରେ ହ୍ରାସ କରାଯାଇଛି। ତଥାପି ଆମେରିକାର ପଡ଼ୋଶୀ ଦେଶ ବ୍ରାଜିଲ ରାଷ୍ଟ୍ରପତି, ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛି। ବ୍ରାଜିଲର ରାଷ୍ଟ୍ରପତି…

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍

ପୁରୀ: ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍ ରାକେଶ ପଣ୍ଡା। ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡି ବସିଲା ଭିଜିଲାନ୍ସ। ଫରେଷ୍ଟର୍ ରାକେଶ ପଣ୍ଡା ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଏବଂ ତାଙ୍କ କ୍ଷେତରେ…

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରେମ କାହାଣୀ

ପପ୍ ଜଗତର ସେନ୍ସେସନ୍ କେଟି ପେରୀ ଏବଂ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରେମ କାହାଣୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ! ନିକଟରେ କାଲିଫର୍ଣ୍ଣିଆର ସାନ୍ତା ବାରବାରାରେ ଦୁହିଁଙ୍କୁ ଏକାଠି ଏକ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ…

କେତେ ସୁରକ୍ଷିତ ବ୍ୟାଙ୍କ୍ ଲକର୍, କୋଟିରୁ ଅଧିକ ମୂଲ୍ୟର ସୁନା ଗାଏବ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆର ଭରୋଲ ଶାଖାରୁ ଗ୍ରାହକମାନଙ୍କର କୋଟି କୋଟି ଟଙ୍କାର ସୁନା ଗାଏବ ହେବା ଘଟଣାରେ ତିନୋଟି ପୋଲିସ ଦଳ ତଦନ୍ତ କରୁଛନ୍ତି। ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଆରଓଁ ଥାନାରେ ପଚରାଉଚରା କରାଯାଉଛି। ସେଫ୍‌ର ଚାବି କାହା ପାଖରେ ଥିଲା ତାହା ପୋଲିସ…

ୱାର୍କ ଭିସାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କଲା ସାଉଦି ଆରବ, ପ୍ରଭାବିତ ହେବେ ଭାରତୀୟ

ରିୟାଦ: ସାଉଦି ଆରବ ୱାର୍କ ଭିସାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ଦେଶର ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟର କ୍ୱିୱା ପ୍ଲାଟଫର୍ମ ପ୍ରକାଶ କରିଛି ଯେ, ସାଉଦି ଆରବ ଓ୍ବାର୍କ ପରମିଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ନୂଆ କରି ଆରମ୍ଭ ହୋଇଥିବା କମ୍ପାନୀଗୁଡ଼ିକ…

Garudastra: ଆତ୍ମନିର୍ଭର ଭାରତର ନୂଆ ଅସ୍ତ୍ର, ଶତ୍ରୁଙ୍କ ପାଇଁ କାଳ ହେବ “ଗରୁଡ଼ାସ୍ତ୍ର”

ନୂଆଦିଲ୍ଲୀ: ଭାରତର ସ୍ବଦେଶୀ ଅସ୍ତ୍ର ଶତ୍ରୁଙ୍କୁ ମିଳିବନି ସୁଯୋଗ! ୧୦ କିମି ଦୂରରୁ ସଠିକ୍ ଆଘାତ କରିବ ‘ଗରୁଡ଼ାସ୍ତ୍ର’ ଆକାଶରେ ଗରୁଡ଼ର ବେଗ, ଭୂମିରେ ଘାତକ ଆକ୍ରମଣ। ଭାରତୀୟ ସେନାର ଶକ୍ତିକୁ ଆଉ ଏକ ନୂଆ ପାହାଚ ଦେବାକୁ ପ୍ରସ୍ତୁତ ହୋଇଛି ‘ଗରୁଡ଼ାସ୍ତ୍ର’। ‘ଆତ୍ମନିର୍ଭର…