Latest Odisha News

BREAKING NEWS

ପଶ୍ଚିମ ଏସିଆ ସଙ୍କଟ ପ୍ରଭାବ: ସରକାରୀ ଗାଡ଼ି ବ୍ୟବହାର ଉପରେ ଓଡ଼ିଶା ସରକାରଙ୍କ କଡ଼ା କଟକଣା, କେବଳ ‘ଇଭି’ କିଣିବାକୁ…

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ବା ଏମ୍ସ ପରିସରରେ ଏକ ବଡ଼ଧରଣର ଅସନ୍ତୋଷ ଦେଖାଦେଇଛି। ବକେୟା ଦରମା ପାଇବା ଏବଂ ଇପିଏଫ୍ ଟଙ୍କା ଜମା ନହେବା ପ୍ରତିବାଦରେ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୪୪୦ ଜଣ ସୁରକ୍ଷାକର୍ମୀ କାର୍ଯ୍ୟବନ୍ଦ…

ଭାରତର ଶତ୍ରୁମାନଙ୍କୁ ଅସ୍ତ୍ର ଯୋଗାଇଥାଏ ୟୁରୋପ: ରୁଷିଆ ତେଲ କିଣାକୁ ନେଇ ଆମେରିକାକୁ ଧୋଇଲେ ଜୟଶଙ୍କର

ନୂଆଦିଲ୍ଲୀ: ରୁଷଠାରୁ ଭାରତର ତେଲ କିଣାକୁ ନେଇ ଆମେରିକା ଏବଂ ଅନେକ ୟୁରୋପୀୟ ଦେଶକୁ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏସ ଜୟଶଙ୍କର ତେଲ ରାଜନୀତି ଉପରେ ଆମେରିକା ଏବଂ ୟୁରୋପକୁ ଧୋଇଛନ୍ତି। ସେ ରୁଷିଆ ତେଲ କ୍ରୟ ସମ୍ପର୍କରେ ଆମେରିକାକୁ ସ୍ପଷ୍ଟ ବାର୍ତ୍ତା…

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯିବା ଘଟଣାରେ ତଦନ୍ତ ପ୍ରକ୍ରିୟା ଅଧିକ ଜୋରଦାର ହୋଇଛି। ଏହି ସମ୍ବେଦନଶୀଳ ମାମଲାର ପୂରା ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ବଡ଼ ପ୍ରସ୍ତୁତି…

ଫିଫା ବିଶ୍ୱକପ୍ ୨୦୨୬ ସୁପରଷ୍ଟାର୍: ଲିଓନେଲ୍ ମେସି

ଆରମ୍ଭ ହୋଇଯାଇଛି ଫୁଟବଲ୍ ଜଗତର ସବୁଠାରୁ ବଡ଼ ମହାକୁମ୍ଭ 'ଫିଫା ବିଶ୍ୱକପ୍ ୨୦୨୬ । ଏହି ସମୟରେ ଫିଫା ସ୍ପଟ୍‌ଲାଇଟ୍‌କୁ ଆସିଛନ୍ତି ଜଣେ ଏମିତି ଖେଳାଳି, ଯାହାଙ୍କୁ ଦୁନିଆ 'ଦି ଆଟୋମିକ୍ ଫ୍ଲି' ବା 'ଜାଦୁଗର' ବୋଲି କହେ। ଆମେ କହୁଛୁ ଆର୍ଜେଣ୍ଟିନାର ସେହି ଆକାଶୀ ରଙ୍ଗର ଜର୍ସି ନମ୍ବର ୧୦ -…

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ରାୟଗଡ଼ା: ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

Jaspal Rana: ପ୍ରସିଦ୍ଧ ସୁଟର ଜସପାଲ ରାଣାଙ୍କ ପରଲୋକ, ୪୯ ବର୍ଷ ବୟସରେ ଆଖି ବୁଜିଲେ…

ନୂଆଦିଲ୍ଲୀ: ଭାରତୀୟ ସୁଟିଂ କିମ୍ବଦନ୍ତୀ ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଜସପାଲ ରାଣାଙ୍କର ଶୁକ୍ରବାର ୪୯ ବର୍ଷ ବୟସରେ ପରଲୋକ ହୋଇଛି। ଏହି ସପ୍ତାହର ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତର ପିସ୍ତଲ ସୁଟରମାନଙ୍କ ପାଇଁ…

ବଡ଼ ପରଦାକୁ ଫେରୁଛି ‘ତନୁ ୱେଡ୍ସ ମନୁ ୩’: ଚଳିତ ବର୍ଷ ଆରମ୍ଭ ହେବ କଙ୍ଗନା ଓ ମାଧବନଙ୍କ ଫିଲ୍ମର ସୁଟିଂ

ମୁମ୍ବାଇ: ବଲିଉଡ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିନେମା ଜଗତର ବହୁ ପ୍ରତିକ୍ଷିତ ଏବଂ ଅତି ସୁପରହିଟ୍ ସିରିଜ ‘ତନୁ ୱେଡ୍ସ ମନୁ’ର ପାର୍ଟ ଥ୍ରୀ ବା ତୃତୀୟ ଭାଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଚଳିତ ବର୍ଷ ହିଁ ଏହି ଚଳଚ୍ଚିତ୍ରର ସୁଟିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ପୂରିଲା ବର୍ଷେ: ଇଞ୍ଜିନ ଖରାପ କି ପାଇଲଟଙ୍କ ଭୁଲ, କଣ ଥିଲା ପ୍ରକୃତ ରହସ୍ୟ?

ଅହମଦାବାଦ: ଏୟାର ଇଣ୍ଡିଆର ‘ଏଆଇ ୧୭୧’ ବିମାନ ଦୁର୍ଘଟଣାକୁ ବର୍ଷେ ପୂରିଛି। ଗତ ବର୍ଷ ଗୁଜରାଟର ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏହି ବୋଇଂ ୭୮୭ ଡ୍ରିମଲାଇନର ବିମାନଟି ରନୱେରୁ ଉଡ଼ାଣ ଭରିବାର ମାତ୍ର ୩୨ ସେକେଣ୍ଡ ମଧ୍ୟରେ କ୍ରାଶ୍ ହୋଇଯାଇଥିଲା। ଏହି ସାଙ୍ଘାତିକ ଓ ଦୁଃଖଦାୟକ…

ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ମୃତ୍ୟୁର କାରଣ ସ୍ପଷ୍ଟ କଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୌମ୍ୟଙ୍କ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ମୃତ୍ୟୁର ପ୍ରକୃତ ଏବଂ ସାଙ୍ଘାତିକ କାରଣ ସାମ୍ନାକୁ ଆସିଛି। ମୁଣ୍ଡରେ ଗଭୀର ଆଘାତ…

୧୫ ଯାଏଁ କାଳବୈଶାଖୀ ଆଲର୍ଟ, ୧୭ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ଵାସନାର ଖବର। ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବାର ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି। ମୌସୁମୀ ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ତଥା…