Latest Odisha News

BREAKING NEWS

ରାଜରାସ୍ତାରେ ଘରୋଇ ଅଧ୍ୟାପକଙ୍କ ଆନ୍ଦୋଳନ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ଶତାଧିକ ଘରୋଇ ଅଧ୍ୟାପକ ଓ କର୍ମଚାରୀ ବିଧାନସଭା ଚାରିପାଖରେ ଘେରାଉ କରି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ୨୦୦୮-୨୦୧୮ ମସିହାରୁ ଅଧ୍ୟାପକଙ୍କୁ ସରକାରୀ ଅନୁଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନକାରୀମାନେ କହିଥିଲେ ଯେ ସେମାନେ ଆଜି…

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲା କଂଗ୍ରେସ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ବାର ବିରୋଧରେ କଂଗ୍ରେସ ମଙ୍ଗଳବାର ସାରା ଓଡିଶାରେ ଆନ୍ଦୋଳନ ଆରମ୍ଭ କରିଛି। ବାରମ୍ବାର ବିଜୁଳି କାଟ, ବିଲକୁ ନେଇ ବିଭ୍ରାଟ, ବିଜୁଳି ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ଆଣିଛି ଦଳ। ନୟାଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରିରେ ଥିବା ଟାଟା…

ଫାଇଭ ଟି ସଚିବ ଶୁଣାଇଥିବା ସିଏମଙ୍କ ବାର୍ତ୍ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ୫-ଟି ସଚିବ ଭି. କେ ପାଣ୍ଡିଆନ ସୋମବାର ବରଗଡ଼ରେ ଏକ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିବାର ଅଡିଓ ରେକର୍ଡିଂ ଶୁଖାଇଥିଲେ ତାହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା…

ଦୁନିଆର ସବୁଠାରୁ ଅସୁନ୍ଦର କୁକୁର: ଦେହରେ ଗୋଟିଏ ବି ଲୋମ ନାହିଁ, ଗୋଡ ତାର ଓଲଟା

କାଲିଫର୍ଣ୍ଣିଆ: ସାଧାରଣତଃ କୁକୁରମାନେ ମଣିଷର ନିକଟତମ ପ୍ରାଣୀ ଅଟନ୍ତି । ଅନେକ କୁକୁର ପ୍ରେମୀ ସେମାନଙ୍କୁ ନିଜ ସନ୍ତାନ ପରି ରଖନ୍ତି । କିଛି ଲୋକ ଦାମୀ କୁୁକୁର ରଖିବାକୁ ପସନ୍ଦ କରିଥାନ୍ତି । କାରଣ ତାକୁ ଯିଏ ଦେଖିବ ତାର ପ୍ରଂଶସା କରିବ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ…

‘ଦ କେରଲା ଷ୍ଟୋରି’କୁ କିଣିବାକୁ ରାଜି ହେଉନି ଓଟିଟି

ମୁମ୍ବାଇ: ଗତ ମେ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦ କେରଲା ଷ୍ଟୋରି’ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦେଖାଦେଇଥିଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କେତେକ ସ୍ଥାନରେ ନିଷେଧ ମଧ୍ୟ କରାଯାଇଥିଲା । ହେଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏହାକୁ…

ଏମିତି ଏକ ମାଛ: ଯାହା ଦେଖିବାକୁ ଠିକ୍ ପାଚିଲା ଆମ୍ବ ପରି

ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଆମ୍ବ ପରି ଏକ ମାଛ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ…

ସାଫ ଚାମ୍ପିୟନଶିପ: ଭାରତ-କୁଏଟ ମ୍ୟାଚ ଡ୍ର

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ସାଫ ଚାମ୍ପିୟନଶିପର ଏକ ମୁକାବିଲାରେ ଭାରତ ଓ କୁଏଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏହି ଉତେଜନାପୂର୍ଣ୍ଣ ମ୍ୟାଚ ଅବସରରେ ଉଭୟ ଟିମର ଖେଳାଳିମାନେ…

ବିବାଦୀୟ ସଂଳାପ ଲେଖିଥିବାରୁ ମନୋଜଙ୍କୁ ନୋଟିସ: ସପ୍ତାହକ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ…

୭୨ ହୁରେଁର ଟ୍ରେଲର ଥିଏଟରରେ ଦେଖାଇବା ଉପରେ କଟକଣା ଲଗାଇଲା ସିବିଏଫସି

ମୁମ୍ବାଇ: ସେନ୍ସର ବୋର୍ଡ ମଙ୍ଗଳବାର ୭୨ ହୁରେଁ ଫିଲ୍ମର ଟ୍ରେଲର ଥିଏଟରରେ ଦେଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ଏହାର ଟ୍ରେଲର ଆପତିଜନକ ହୋଇଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ମେକର୍ସ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇ ପାରିବେ । ପୂର୍ବରୁ ସେନ୍ସର ବୋର୍ଡ…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…