Latest Odisha News

BREAKING NEWS

ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’, ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ଦୁର୍ବଳ ପଡିବ ମୌସୁମି। ଏନେଇ ପୂର୍ବାନୁମାନ କରିଛି ସ୍କାଏମେଟ ୱେଦର। ସେହିପରି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଛି।…

ବାତ୍ୟା ବିପର୍ଯ୍ୟୟ; ୧୫ ଜୁନ ପର୍ଯ୍ୟନ୍ତ ୯୫ ଟ୍ରେନ୍ ରଦ୍ଦ, ପ୍ରବଳ ପବନରେ ୩ ମୃତ

ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟକୁ ଯେତେ ପାଖକୁ ପାଖକୁ ଆସୁଛି ସେତେ ତାଣ୍ଡବର ଭୟ ମାଡି ଆସୁଛି । ସୌରାଷ୍ଟ୍ର ପ୍ରବଳ ପବନ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଭୁଝ ଟାଉନ୍‌ରେ ପ୍ରବଳ ପବନ ଯୋଗୁ କାନ୍ଥ  ଭୁଶୁଡ଼ି ପଡ଼ିବାରୁ ଜଣେ ୪ ବର୍ଷର ନାବାଳକ ଓ ୬ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି।…

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବର୍ତ୍ତମାନ ଆପଣମାନେ ସମସ୍ତେ ଏତେ ବିଚଳିତ କାହିଁକି? ସବୁ ଠିକ୍‌ଠାକ୍‌ ଅଛି ତ!” “ଠିକ୍ ଅଛି? କିଛି ଠିକ୍ ନାହିଁ -” ସ୍ତ୍ରୀଲୋକଟିଏ ଚିତ୍କାର କରି ଉଠିଲା । ଆଦୌ ବିବ୍ରତ ନ ହୋଇଥିବା ଭଳି ଦେଖାଯିବାକୁ…

ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍, ୮ ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କଲା ଏସ୍‌ଟିଏଫ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ୍ ମାମଲାରେ ଗିରଫ ହୋଇଥିବା ପ୍ରୀତମ କର ଏବେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପ୍ରୀତମର ୮ଟି ବ୍ୟାଙ୍କ ଆଉଣ୍ଟ ଅଚଳ କରିଛି ଏସଟିଏଫ୍। ଯାଜପୁର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରରେ ପ୍ରୀତମର ୮ଟି ଆକାଉଣ୍ଟ ଥିଲା। ସେଥିରେ ପ୍ରାୟ…

କବିତା : ସବୁ ବଦଳିଯାଏ

ଗଜାନନ ମିଶ୍ର  ବଦଳିଯାଏ, ସବୁ ବଦଳିଯାଏ ସମୟ ସହିତ। ସବୁ ହାୱା ସବୁ ଦୃଶ୍ୟ ଅଦୃଶ୍ୟ ସବୁ ମାଟି ସବୁ ଆକାଶ ସବୁ ସବୁ ବଦଳିଯାଏ ଦେଖୁ ଦେଖୁ। ଦେଖୁ ଦେଖୁ କିଏ କେଉଁଆଡକୁ ଯାଏ, ଯାଏ, ଚାଲିଯାଏ। ଯାଏ ତାରା ଯାଏ ପାରା ଯାଏ ଧାରା ଯାଏ ଯାଏ ନଦୀକୁ ଆଉ ଆଉ ଗଭୀରୁ ଗଭୀରକୁ।…

ରାଜ୍ୟରେ ଭୟଙ୍କର ତାତି, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତତଲା କଢେଇରେ ଭାଜି ହେଉଛି ସାରା ରାଜ୍ୟ। ଭୟଙ୍କର ତାପମାତ୍ରାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।…

ଭାଷା ଭାଗବତ : ଭାଷାର ସଂପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଚନିକ ଚର୍ଚାର ଅଂତ ଏଠାରେ ଘଟିବା ପର୍ଯଂତ ଦୋହଲୁଥିବ ମେରୁଖଂବ ହେବନି ଆଉ କାର୍ଯାରଂଭ ଅଯଥା କଥା କହି, ଶୁଣି ଅଶୁଣା ଶବ୍ଦ ଦେଲେ ବୁଣି ମିଳଇ ଆଦର ତତ୍କାଳ ସର୍ବେ ଚାଖଂତି ବିଷଫଳ କଥା କହି ଓ ଶୁଣି ପ୍ରୀତ ହେବାର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଗୋଷ୍ଠୀଙ୍କ ବିଷୟରେ ଆଲୋଚନା ପରେ, ଆମେ ଗୋଟିଏ କଥା ଜାଣିବା ନିତାନ୍ତ ପ୍ରୟୋଜନୀୟ ହୋଇପଡିଛି। ତାହା ହେଲା ପ୍ରଭୁଙ୍କର ନୀତିକାନ୍ତି ବିଷୟ। ଆଜିଠାରୁ…

ମୌସୁମୀ ପୂର୍ବରୁ ମୁକୁଳା ଡ୍ରେନ କାମ ଶେଷ କରିବାକୁ ଭୁବନେଶ୍ୱର ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ସୋମବାର ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅଳ୍ପ ଦିନ ପରେ ରାଜ୍ୟରେ ମୌସୁମୀ ବର୍ଷା ଛୁଇଁବ। ଏହାପରେ ବର୍ଷା ଋତୁ ଆରମ୍ଭ ହେବ। ତାପୁର୍ବରୁ ମେୟର ସମସ୍ତ ଡ୍ରେନ କାମ…