Latest Odisha News

BREAKING NEWS

ଅମିତ ଶାହଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, ସେତେବେଳେ ମୋ ମା କାନ୍ଦିଥିଲେ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାର ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। ପହଲଗାମରେ ଆତଙ୍କବାଦୀ ଘଟଣା ପରେ ମଧ୍ୟ ସେ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଇ ନାହାଁନ୍ତି ବୋଲି ପଚାରିଛନ୍ତି। ସେ…

ପାକିସ୍ତାନର ପରମାଣୁ ଧମକ କାମ ଦେବନି, ୨୨ ମିନିଟ୍‌ରେ ୨୨ ଏପ୍ରିଲର ଦେଇଥିଲୁ ଜବାବ: ସଂସଦରେ ଗର୍ଜିଲେ ମୋଦି

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ବିତର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ଏହି ଅଭିଭାଷଣ ମାଧ୍ୟମରେ ସିଧାସଳଖ ବିରୋଧୀଙ୍କ ସହ ପାକିସ୍ତାନକୁ ମଧୟ ଟାର୍ଗେଟ୍ କରିଛନ୍ତି ମୋଦି। ମୋଦି କହିଛନ୍ତି,ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର। ମୁଁ ଆଜି ଭାରତର ପକ୍ଷ ରକ୍ଷା କରିବା…

ସ୍କୁଲ୍‌ ମାନିବେ ବସ୍ତାନି ହାଲୁକା ନିୟମ: ଯାଞ୍ଚ କରିବେ ବିଇଓ, ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ଏଣିକି ବସ୍ତାନି ଓଜନ ଚେକ୍ କରିବେ ବିଇଓ। ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍‌ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ…

ସ୍ତ୍ରୀ ଏବଂ ଶାଶୁଙ୍କୁ ମାରି ପୋତିଦେଲେ; ଅପରାଧ ଲୁଚାଇବା ପାଇଁ ଲଗାଇଲେ କଦଳୀ ଗଛ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କୁ ହତ୍ୟା କରି ନିଜ ବାଡ଼ିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର କୁଳିଅଣା ଥାନା ଅଧୀନରେ ଥିବା ନୂଆଗାଁ ଗ୍ରାମରେ ୨୯ ଜୁଲାଇରେ ଘଟିଥିଲା। ଅଭିଯୁକ୍ତ ଜଣକ ଦେବାଶିଷ…

ରତ୍ନଭଣ୍ଡାର ଓ ଭୋଗ ମଣ୍ଡପ ଫଟୋ ପ୍ରଘଟ ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ…

ଭୁବନେଶ୍ୱର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପରର ଫଟୋ ଏଏସଆଇ ଦ୍ୱାରା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ଆଜି ଏହାକୁ ଦୃଢ଼ ନିନ୍ଦା କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ…

ଆଗାମୀ ୨ ଦିନ ଯାଏଁ ପ୍ରବଳ ବର୍ଷା ସତର୍କତା 

ଭୁବନେଶ୍ୱର: ଓଡ଼ିଶାରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ପାଣିପାଗ ବିଭାଗ ୨୭ ଜୁଲାଇରେ କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକି ବନ୍ଧା ହେଲେ ଅଭିଯୁକ୍ତ

ଢେଙ୍କାନାଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ ହୋଇଛି। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ଥିବା ଜଣାପଡିଛି। ଆଜି…

ଏକକାଳୀନ ୧୨ଟି ସ୍ଥାନରେ ଇଡିର ଚଢଉ, ରାଡାରରେ ଅଛନ୍ତି ନଗର ନିଗମ କମିଶନର

ମୁମ୍ବାଇ: ମଙ୍ଗଳବାର ଦିନ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଭସଇ, ନାସିକ ଏବଂ ପୁଣେରେ ମୋଟ ୧୨ଟି ସ୍ଥାନରେ ଚଢାଉ କରିଛି। ଭସଇ ଅଞ୍ଚଳରେ ହୋଇଥିବା ବେଆଇନ ନିର୍ମାଣ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନେହେରୁଙ୍କ ପାଇଁ ପିଓକେ ହାତରୁ ଗଲା: ଅମିତ ଶାହ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା ହୋଇଥିଲା। ଏହି ସମୟରେ ଅମିତ ଶାହ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କହିଥିଲେ ଯେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଏହି ସମସ୍ତ ଆତଙ୍କବାଦର ମୂଳ ହେଉଛି ପାକିସ୍ତାନ ଏବଂ ଏହିଁ ପାକିସ୍ତାନ କଂଗ୍ରେସ ଦଳର…

ବାଙ୍କୋରେ ମାଓ ପୋଷ୍ଟର, ସ୍ଥାନୀୟ ଲୋକେ ଆତଙ୍କିତ

ରାଉରକେଲା: ଗୋଟେ ପଟେ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତି ଚାଲିଥିବା ଦେଖି ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଅନ୍ୟପଟେ କିଛି ରାଜ୍ୟରେ ଏବେ ବି ଥମିନି ମାଓବାଦୀଙ୍କ ବର୍ବର କାଣ୍ଡ। ସମ୍ପ୍ରତିରେ ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ମାଓ ପୋଷ୍ଟର…