ଧାରାବାହିକ ଉପନ୍ୟାସ : ଦେବୀ (୧)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୧
ଯେତେବେଳେ ଗ୍ରାମ୍ୟ ସଂଲଗ୍ନ ଛୋଟ ବଣକୁ ଲାଗି ଯେଉଁ କେତେ ଖଣ୍ଡ ଦୋଫସଲି ଜମି ସୋରିଷ ଫୁଲରେ ହସି ଉଠେ ସେତେବେଳେ ଶୀତ ଆସେ ଗାଆଁକୁ। ଅବଶ୍ୟ ଗାଁ ପାଖ ବଣଟି ଆଉ ନାହିଁ । ଯେଉଁଠି ଦିନେ କାଠ ରଙ୍ଗଣୀ ଆଉ କଣ୍ଟେଇକୋଳି ବୁଦା ତଳେ…