Latest Odisha News

BREAKING NEWS

ଆଜି ବି ଖସିଲା ପାରଦ, କେବଳ ବୌଦ୍ଧରେ ତାପମାତ୍ରା ୪୦ ପାର୍

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

୧୦ କୋଟି ଟଙ୍କାରେ ନିଲାମ ହେଲା ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କ ଜର୍ସି

ନ୍ୟୁୟର୍କ:ଏନବିଏ ବାସ୍କେଟବଲର ପୂର୍ବତନ ମହାନ ଖେଳାଳି ମାଇକେଲ ଜୋର୍ଡାନଙ୍କ ୩୯ ବର୍ଷ ତଳର ପୁରୁଣା ଜର୍ସି ନିଲାମ କରାଯାଇଛି । ଏହି ଜର୍ସି ୧୦ କୋଟି ଟଙ୍କାରେ ନିଲାମ ହୋଇଥିଲା । ୧୯୮୨ରେ ୟୁନିଭରସିଟି ଅଫ ନର୍ଥ କ୍ୟାରେଲିନା ପକ୍ଷରୁ ଜୋର୍ଡାନ ଏହି ଜର୍ସି ପିନ୍ଧି ଖେଳୁଥିଲେ । ୫୮ ବର୍ଷୀୟ…

କରୋନାରୁ ସୁସ୍ଥ ହେଲେ ଆଉ ୮୫୪୧ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କାୟା ମେଲାଉଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୫୪୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଆଇପିଏଲ ବଳକା ମ୍ୟାଚ କରିବା ପାଇଁ ବିସିସିଆଇ ନିକଟରେ କଣ ରହିଛି ବିକଳ୍ପ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଆଇପିଏଲ-୨୦୨୧ ଅଧାରୁ ବନ୍ଦ କରିବା ପାଇଁ ବିସିସିଆଇ ବାଧ୍ୟ ହୋଇଥିଲା । ଏବେ ଆଇପିଏଲର ଏହି ବଳକା ମ୍ୟାଚ ଆୟୋଜନ କରିବା ନେଇ ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ବି ଆହୁରି ୨୯ ମ୍ୟାଚ ଖେଳାଯିବା ବାକି ରହିଛି । ଗତ…

‘ମା ଘର’ ଫାଉଣ୍ଡେସନ ପକ୍ଷରୁ ‘ମା ଓ ବିଶ୍ଵଶାନ୍ତି’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶ୍ୱ ମାତୃଦିବସ ଅବସରର 'ମା ଘର' ଫାଉଣ୍ଡେସନ ପକ୍ଷରୁ ୱେବିନାର ମାଧ୍ୟମରେ ଏକ ଆନ୍ତର୍ଜାତିୟ ସ୍ତରର ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି। ବିଶ୍ୱରେ କରୋନାର ପ୍ରଭାବ ସମୟରେ 'ମା ଓ ବିଶ୍ଵଶାନ୍ତି 'ଶୀର୍ଷକ ଆୟୋଜିତ ଏହି ଆଲୋଚନାଚକ୍ରରେ କେରଳର ମାନ୍ୟବର ଗଭର୍ଣ୍ଣର ଆରିଫ ମହମ୍ମଦ…

ଗିରଫ ହେଲେ ଫଳ ବ୍ୟବସାୟରୁ କରୋନା ଚିକିତ୍ସା କରୁଥିବା ନକଲି ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜଣେ ଫଳ ବ୍ୟବସାୟୀଙ୍କୁ ଡାକ୍ତର ହେବାର ମିଛ ବାହାନା କରି କରୋନା ରୋଗୀଙ୍କ ଚିକିତ୍ସା କରିବା ଅଭିଯୋଗରେ ଗିରଫ କରାଯାଇଛି। ନାଗପୁରର କାମ୍‌ଠି ଅଞ୍ଚଳର ଚନ୍ଦନ ନରେଶ ଚୌଧୁରୀ ଫଳ ଏବଂ ଆଇସ୍କ୍ରିମ୍ ବିକ୍ରି କରନ୍ତି। ପରେ ସେ ଜଣେ ଇଲେକ୍ଟ୍ରିସିଆନ…

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଆଉ ନାହାନ୍ତି ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର । କରୋନାରେ ଆଜି ରଘୁନାଥ ମହାପାତ୍ରଙ୍କର ବିୟୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମସରେ ତାଙ୍କର ପରଲୋକ ହୋଇଛି । ସାଂସଦ ରଘୁନାଥ ମହାପାତ୍ରଙ୍କ ଅକାଳ ବିୟୋଗରେ ଶୋକ…

ହାରିଲା କରୋନା; ଜିତିଲେ ୧୦୩ ବର୍ଷୀୟ ବୃଦ୍ଧ

ନାଗପୁର: କରୋନାର କହର ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ସବୁ ବର୍ଗର ଲୋକଙ୍କ ପାଇଁ କରୋନାର ଦ୍ବିତୀୟ ତରଙ୍ଗ ଘାତକ ସାଜିଥିବା ବେଳେ ଜଣେ ୧୦୩ ବର୍ଷୀୟ ବୃଦ୍ଧି କରୋନାକୁ ହରାଇବାରେ ସଫଳ…

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ । ଆଜି ଅପରାହ୍ନରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିବା ନେଇ…

ଅନଲାଇନ ମାଧ୍ୟମରେ ଓମାନ ଓଡ଼ିଆଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ

ମସକଟ : ଓମାନରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ ୮୫ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓମାନ ରାଜଧାନୀ ମସକଟ ସ୍ଥିତ ଇଣ୍ଡିଆନ ସୋସିଆଲ କ୍ଳବ(ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଭରଚୁଆଲ ଉତ୍ସବରେ ବିଭିନ୍ନ ଓଡ଼ିଆ ସମାଜର କର୍ମକର୍ତ୍ତା ,…