Latest Odisha News

BREAKING NEWS

ଗିରଫ ହେଲେ ଫଳ ବ୍ୟବସାୟରୁ କରୋନା ଚିକିତ୍ସା କରୁଥିବା ନକଲି ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜଣେ ଫଳ ବ୍ୟବସାୟୀଙ୍କୁ ଡାକ୍ତର ହେବାର ମିଛ ବାହାନା କରି କରୋନା ରୋଗୀଙ୍କ ଚିକିତ୍ସା କରିବା ଅଭିଯୋଗରେ ଗିରଫ କରାଯାଇଛି।

ନାଗପୁରର କାମ୍‌ଠି ଅଞ୍ଚଳର ଚନ୍ଦନ ନରେଶ ଚୌଧୁରୀ ଫଳ ଏବଂ ଆଇସ୍କ୍ରିମ୍ ବିକ୍ରି କରନ୍ତି। ପରେ ସେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରିବା ଆରମ୍ଭ କରିଥିଲେ ବୋଲି ପୋଲିସ କହିଛି।

ନରେଶ ଗତ ପାଞ୍ଚ ବର୍ଷ ଧରି ଓମ ନାରାୟଣ ସୋସାଇଟି ନାମକ ଏକ ଚାରିଟେବୁଲ ଡିସପେନସାରୀ ମଧ୍ୟ ଚଳାଉଥିଲେ। ଯେଉଁଠାରେ ସେ ରୋଗୀମାନଙ୍କୁ ଆୟୁର୍ବେଦ ନାଥୁରୋପାଥିକ ଚିକିତ୍ସା ପ୍ରଦାନ କରୁଥିଲେ।

ଦେଶରେ ଚାଲିଥିବା କରୋନା ମହାମାରୀର ସଙ୍କଟର ସୁଯୋଗ ନେଇ ଏହି ନକଲି ଡାକ୍ତର ତାଙ୍କ ଡିସପେନସାରିରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିଲେ।

ଏ ନେଇ ଜିଲ୍ଲା ପୋଲିସ ନିକଟରେ ଅଭିଯୋଗ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ପାଇବା ପରେ ପୋଲିସ ନରେଶଙ୍କ ଡିସପେନସାରି ଉପରେ ଚଢାଉ କରିଥିଲା ଏବଂ ନକଲି ଡାକ୍ତର ନରେଶଙ୍କୁ ଗିରଫ କରିଥିଲା।

ପୋଲିସ ତାଙ୍କ ଡିସପେନସାରିରୁ ଅକ୍ସିଜେନ ସିଲିଣ୍ଡର, ସିରିଞ୍ଜ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ମଧ୍ୟ ଜବତ କରିଛି।

Leave A Reply

Your email address will not be published.