Latest Odisha News

କରୋନାରେ ତାମିଲ୍‌ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ

ଚେନ୍ନାଇ: କରୋନାରେ ‌ତାମିଲର ଲୋକପ୍ରିୟ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ ହୋଇଛି। କରୋନା ଯୋଗୁ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ନିକଟରେ ସେ ଏବଂ ତାଙ୍କ ପତ୍ନୀ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ…

କେନ୍ଦ୍ରକୁ ଏସ୍‌ସିଙ୍କ ଚେତାବନୀ; କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: ଆଗକୁ ମାହଇ ଆସୁଛି କରୋନାର ତୃତୀୟ ଲହର। ଏଥିପାଇଁ ଏବେଠୁ ସଜାଗ ରହିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। କରୋନାର ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ। ସେ କହିଛନ୍ତି ଯେ ଜନସାଧାରଣଙ୍କ…

ଦେଶରେ ପୁଣି ହେବ କି ଆଉ ଏକ ଲକ୍‌ଡାଉନ୍‌?

ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ହେବ କି ଆଉ ଏକ ଲକ୍‌ଡାଉନ୍‌? ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ କହିଛନ୍ତି ଯେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ବିକଳ୍ପ ଉପରେ ଆଲୋଚନା ହେଉଛି। ଭି.କେ ପାଲ୍ ଜାତୀୟ କୋଭିଡ୍-୧୯ ଟାସ୍କଫୋର୍ସର ମୁଖ୍ୟ ଦାୟିତ୍ବରେ ଅଛନ୍ତି।…

ସିଙ୍ଗର୍‌ ରାହୁଲ ବୈଦ୍ୟଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ମୁମ୍ବାଇ: ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ତଥା ସିଙ୍ଗର୍‌ ରାହୁଲ ବୈଦ୍ୟଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏ ନେଇ ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପୋଷ୍ଟକୁ ଅଣଦେଖା କରିବାକୁ ରାହୁଲ ତାଙ୍କ…

ମାନବିକତା ଆଗରେ ଫିକା ପଡିଲା ରକ୍ତ ସଂପର୍କ !

ବୁଗୁଡା: ଆଜି ବି ବଂଚିଛି ମାନବିକତା । ଏହି ଧାଡିଟିକୁ ଲେଖିବା, ପଢିବା କିମ୍ବା କାହାକୁ କହିବା ବେଶ ସହଜ । ହେଲେ ତାକୁ ସତ ପ୍ରମାଣିତ କରିବା ଅନେକଙ୍କ ପକ୍ଷେ ଅସମ୍ଭବ । ତେବେ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ବୁଗୁଡାର ଚିରିକିପଡା ଗାଁରେ ସାମ୍ନାକୁ ଆସିଛି । ଚିରିକିପଡା…

ଭାରତୀୟ ଯାତ୍ରୀଙ୍କୁ ଶ୍ରୀଲଙ୍କା ମନା

କଲମ୍ବୋ: ଶ୍ରୀଲଙ୍କା ଆଜି ଘୋଷଣା କରିଛି ଯେ ଭାରତରେ କରୋନା ମାମଲାରେ ରେକର୍ଡ ବୃଦ୍ଧି ହେତୁ ତୁରନ୍ତ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।। ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ପରି ଅନେକ ଦେଶ ଭାରତ ତଥା ଅନ୍ୟ ଦକ୍ଷିଣ ଏସୀୟ ଦେଶମାନଙ୍କରେ…

ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

ନୂଆଦିଲ୍ଲୀ: ଏ ବର୍ଷ ସମୟରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମୟରେ କେରଳ ଛୁଇଁବ । ଏନଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଦେଶରେ ହେଉଥିବା ବର୍ଷାର ୭୦ ପ୍ରତିଶତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟହେ ହୋଇଥାଏ । ପାଣିପାଗ…

କୋଭିଡ୍‌ ପରିଚାଳନା; ଏହି ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ପାଇଁ ରାଜ୍ୟର ଏହି ତିନୋଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଞ୍ଜୁର କରିଛନ୍ତି। ଏହି ୩ ଜିଲ୍ଲା ମଧ୍ୟରେ ପୁରୀ, ସୁବର୍ଣ୍ଣପୁର ଏବଂ ସମ୍ବଲପୁରକୁ ସାମିଲ କରାଯାଇଛି। ପୁରୀ ଜିଲ୍ଲାକୁ କୋଭିଡ ପରିଚାଳନା ପାଇଁ ୨ କୋଟି ଟଙ୍କା…

ଢେଙ୍କାନାଳରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ: ଗଛରେ ଝୁଲୁଥିଲା ଜଣେ ମହିଳାଙ୍କ ମୃତଦେହ । ଏହି ଘଟଣାକୁ ନେଇ ଢେଙ୍କାନାଳ ବସୁଲେଇ ଗାଁ ଚର୍ଚ୍ଚାକୁ ଆସିଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ । ମିଳିଥିବା ସୂଚନା ଅନୁଯାୟୀ…

ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିରୋଧୀଦଳର ନେତା ତଥା ବିଜେପି ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। “କରୋନା ପଜିଟିଭ ଆସିବା ପରେ ବିରୋଧୀଦଳର ନେତା ପ୍ରଦୀପ୍ତ…