Latest Odisha News

BREAKING NEWS

ଓଡ଼ିଶାରେ ରେମଡେସିଭିର୍ ମେଡିସିନର ଅଭାବ

ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ । ଏବେ ରେମଡେସିଭ୍ ମେଡିସିନର ବହୁତ ଆବଶ୍ୟକତା ରହୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ । କେନ୍ଦ୍ର ସରକାର ନିଜେ ରେମଡେସିଭିର୍ ବିତରଣ କରୁଛନ୍ତି । ଏପ୍ରିଲ ୨୧ରୁ ୩୦ ଯାଏ ଓଡ଼ିଶାକୁ ୨୧ହଜାର ଭାଏଲ ଦେବାକୁ…

ତେଜୁଛି +୨ ପରୀକ୍ଷା ବାତିଲ୍ ଦାବି, ପିପିଇ କିଟ୍ ପିନ୍ଧି ଛାତ୍ରଛାତ୍ରୀଙ୍କୁ ଘଉଡାଇଲା ପୋଲିସ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ତେଜୁଛି +୨ ପରୀକ୍ଷା ବାତିଲ୍ ଦାବି । ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସୋମବାର ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ବିଧାନସଭା ଅଭିମୁଖେ ବାହାରିଥିଲା ବେଳେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ଯାହା ଫଳରେ…

ଚର୍ଚ୍ଚାରେ ସଲମାନ ଏବଂ ଦିଶାଙ୍କ ଯୋଡି

ମୁମ୍ବାଇ: ଦବାଙ୍ଗ ବଏ୍‌ ସଲ୍‌ମାନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ରାଧେର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଫିଲ୍ମର ଏକ ଲୋକପ୍ରିୟ ଟ୍ରାକ୍‌ ମଧ୍ୟ ଏହା ଭିତରେ ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ପ୍ରଥମ…

ଆଜି କୋହଲି ଓ ପନ୍ତଙ୍କ ଟିମ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛନ୍ତି । ପଂଏଟ ଟେବୁଲରେ ଦିଲ୍ଲୀ ଦ୍ୱିତୀୟ ଏବଂ ବାଙ୍ଗାଲୋର ତୃତୀୟ…

ଭାରତରୁ ଯାତ୍ରୀବାହୀ ବିମାନ ସେବାକୁ ସମାୟିକ ବନ୍ଦ ରଖିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ଭାରତରୁ ବିମାନସେବାକୁ ବନ୍ଦ କରୁଛନ୍ତି । ଆଜି ଅଷ୍ଟ୍ରେଲିଆ ସରକାର ଭାରତରୁ ବିମାନସେବାକୁ ସାମୟିକ ବାତିଲ କରିଛନ୍ତି । ମେ ୧୫ ତାରିଖ ଯାଏ ଭାରତରୁ ସିଧାସଳଖ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ ।…

ଭାରତକୁ ୮ଟି ଅକ୍ସିଜେନ ଜେନେରେଟର ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ଫ୍ରାନ୍ସ ସୋମବାର ଭାରତ ପାଇଁ କୋଭିଡ-୧୯ ମାମଲାରେ ଦ୍ରୁତ ଗତିରେ ଅମ୍ଳଜାନର ଅଭାବ ହେତୁ ଦେଶରେ ଅମ୍ଳଜାନ ଉତ୍ପାଦନ କାରଖାନା, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇବା ନେଇ ଘୋଷଣା କରିଛି। ଫ୍ରାନ୍ସର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତର କୋଭିଡ-୧୯…

ରାଜ୍ୟରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ରାଜ୍ୟରେ ଏହି ବୟସ ବର୍ଗର ଲୋକଙ୍କୁ ଟିକାକପଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ…

ବିଦେଶ ଯିବା ପାଇଁ ଏହି ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା କରାଯାଏ

ଜଳନ୍ଧର: ପଂଜାବରେ ଏକ ନିଆରା ଗୁରୁଦ୍ୱାର ରହିଛି । ଏହାର ନାମ ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତଙ୍କ ମାନସିକତା ପୂରଣ କରିବା ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ତାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଚକିତ ହୋଇଯିବେ । ବିଦେଶ ଯିବା ପଂଜାବୀ ଯୁବପିଢ଼ୀର ଏକ ସ୍ୱପ୍ନ…

ଅଭିନେତ୍ରୀ ହିନା ଖାନଙ୍କୁ କରୋନା, ସପ୍ତାହେ ତଳେ ଆଖି ବୁଜିଥିଲେ ବାପା

ମୁମ୍ବାଇ: ଅଭିନେତ୍ରୀ ହିନା ଖାନଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛି । ସପ୍ତାହେ ଭିତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏବେ ହିନା କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ହିନା । ସେ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ଓ ପରିବାର ପାଇଁ କଠିନ…

ଆଜି ଓଡ଼ିଶାରୁ ହାଇଦ୍ରାବାଦ ପହଞ୍ଚିଛି ୫ଟି ଅକ୍ସିଜେନ ଟ୍ୟାଙ୍କର

ହାଇଦ୍ରାବାଦ: ଆଜି ଓଡ଼ିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର ତେଲେଙ୍ଗାନା ପହଞ୍ଚିଛି। ତେଲେଙ୍ଗାନା ସୋମବାର ଦିନ ଓଡିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର୍ ପାଇ ତୁରନ୍ତ ସେଗୁଡିକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ…