Latest Odisha News

BREAKING NEWS

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି, ବୁଡିଗଲା ୩ ଟି ପୋଲ

ମାଲକାନଗିରି : ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ବୁଡିଗଲା ୩ ଟି ପୋଲ । ଏମଭି-୩ ଏମଭି-୨ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ପ୍ରଭାହିତ ହେଉଛି । ସବୁଠି ପୋଲର ଦୁଇ ପାର୍ଶ୍ୟରେ ଯାନ ବାହାନ ଅଟକି ରହିଛି…

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି । ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି…

ବିଦେଶ ମାଟିରେ ଓଡ଼ିଆ ପୁଅ ଏହେସାସ୍ ହୋତାଙ୍କ କମାଲ

ସୋନପୁର: ବିଦେଶ ମାଟିରେ କମାଲ ଦେଖାଇଲେ ଓଡ଼ିଆ ପୁଅ। ଜି-୧ ଓପନ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ ବ୍ରୋଞ୍ଜ ପଦକ ହାତେଇ ସୁବର୍ଣ୍ଣପୁର ମାଟି ପାଇଁ ଗୌରବ ଆଣିଛନ୍ତି ଏହେସାସ୍ ହୋତା। ୟୁରୋପ ଆଲବାନିଆଁର ତିରୋନାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଜି-୧ ଓପନ…

କବିତା : ଗୀତ ଯାଏ ଗାଇ

ମାନସ ରଞ୍ଜନ ମହାପାତ୍ର ସକାଳ ଖୋଜିବି ବୋଲି ସେଦିନ ମୁଁ ଚାଲିଲି ଏକାକୀ ବାଟ ସବୁ ଲମ୍ବିଗଲା, ଜୀବନ ବି ରହିଗଲା ବାକି ଏ ଜୀବନ ପୂର୍ଣ୍ଣ କର ମାଗିଲି ମୁଁ ତୁମରି ଦୁଆରେ ତୁମେ ରହିଲ ଅଜଣା କେଉଁ ଏକ ନିଭୃତ ମନ୍ଦିରେ ଚାଲିଲାନି ଗୋଡ଼ ହାତ ମଥା ମୋର ହୋଇଲା ଅବଶ ଯେତେ ସବୁ ଚିହ୍ନା…

ମାଆ ଆସିଛି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ପବିତ୍ର ମହାଳୟା ଶ୍ରାଦ୍ଧ । ସେଥିପାଇଁ ସପ୍ତାହେ ଆଗରୁ ସମସ୍ତେ ଲାଗିପଡ଼ିଛନ୍ତି ଘରର ପୁରୁଣା କନ୍ଥା ପଟି, ଲୁଗାପଟା ସବୁ ସଫା କରିବାରେ। ପୁରୋହିତ ଆସି ପାଞ୍ଚ ଦିନ ଆଗରୁ କହିଦେଇ ଯାଇଛନ୍ତି, କାହାଘରେ ଯଦି ଯୋଗାଡ଼ ଯନ୍ତ୍ର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୦ ଆବରଣରେ ଢାଙ୍କି ଦେଇଥାଏ କିଏ ଶହେରୁ ଶହେ ନିଜକୁ। ସତ୍ତା ତା' ତଳେ ଥାଇ ଥରେ ଜାଗ୍ରତ ହେଲେ ଅନାବରଣ ହୁଏ ପରସ୍ତ ପରସ୍ତ ଅନ୍ଧକାର। ମାତୃଗର୍ଭରେ ପିଣ୍ଡରହେ ଯେତେବେଳେ ସେ ଆଲୋକ ଆଡକୁ ସମ୍ପ୍ରସାରିତ ହୁଏ।ଏଇ ଗତିଶୀଳ…

ବିପଦରେ ଶିକ୍ଷା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ " ଅଲ ଅଫ ଲାଇଫ ଇଜ ଏଡୁକେସନ ଆଣ୍ଡ ଏଭରିବଡି ଇଜ ଏ ଟିଚର ଆଣ୍ଡ ଏଭରିବଡି ଇଜ ଫରଏଭର ଏ ପିଉପିଲ : ଆବ୍ରହାମ ମାସଲୋ ଶିକ୍ଷା ଯେ କେବଳ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ତାହା ନୁହେଁ ଜୀଵନ ରୂପକ ଏଇ ବିରାଟ ଶିକ୍ଷାନୁଷ୍ଠାନର ପ୍ରତି ପାଦରେ…

କମ୍‌ବ୍ୟାକ୍‌ କରୁଛନ୍ତି କିରଣ!

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ୍ ଖେରଙ୍କ ପ୍ରଶଂସକମାନଙ୍କ ପାଇଁ ଭଲ ଖବର। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ଫ୍ୟାନ୍ସ ଚିନ୍ତିତ ଥିଲେ। କିରଣ କର୍କଟ ସହ ଲଢେଇ ଜାରି ରଖିଛନ୍ତି। ଏହି ସମୟରେ, ତାଙ୍କର ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି ଯାହା ତାଙ୍କ…

୧.୫ ବିଲିୟନ ଫେସ୍‌ବୁକ୍‌ ୟୁଜର୍ସଙ୍କ ତଥ୍ୟ ଲିକ୍‌

ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ପାଇଁ ଫେସବୁକ୍, ହ୍ବାଟସଆପ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଅଚଳ ହେବା ପରେ ପୁଣି ସଚଳ ହୋଇଥିଲା। ଏହାଦ୍ବାରା ଉପଭୋକ୍ତାଙ୍କ ସମେତ ମାଲିକଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏହି ଅଘଟଣ ଘଟିବାର କିଛି ଦିନ ପରେ ଏକ ହ୍ୟାକର୍ ଫୋରମ୍‌ରେ ବିକ୍ରୟ ପାଇଁ ୧.୫ ବିଲିୟନ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧି କ୍ରମାଗତ ଚତୁର୍ଥ ଦିନ ହାର ବୃଦ୍ଧି ପାଇଥିବାରୁ ଅକ୍ଟୋବର ୯ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି…