Latest Odisha News

BREAKING NEWS

କାଲି ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ସପ୍ତାହ ପରେ ଆସନ୍ତାକାଲି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ‌ାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ତାଲିବାନ ସରକାର ଗଠନ କରିବ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧୫ ରେ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନକୁ…

ନାକେଦମ୍ କଲା ବାଘ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ହେବ ଏପରି ଅଘଟଣ…

ଟିକାର ପ୍ରଭାବକୁ ଅକାମି କରିଦେଇପାରେ କରୋନାର ନୂଆ ପ୍ରଜାତି ‘ମ୍ୟୁ’

ଜେନେଭା: କରୋନାର ନୂତନର ପ୍ରଜାତି 'ମ୍ୟୁ' ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ବୋଲି ହୁ ଚେତାବନୀ ଦେଇଛି। ଏହି ନୂଆ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ହୁ କହିଛି। 'ମ୍ୟୁ'- ଏହାର ବୈଜ୍ଞାନିକ ନାମ B.1.621 ଭାବରେ ଜଣାଶୁଣା। ଏହା ପ୍ରଥମେ ଜାନୁୟାରୀ ୨୦୨୧ରେ…

[ଭିଡିଓ] ତାଲିବାନକୁ ନେଇ ମୁହଁ ଖୋଲିଲେ ଅଭିନେତା ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ଭିନ୍ନ ଢଙ୍ଗରେ ରାଜନୈତିକ ବିଶ୍ଳେଷଣ ପାଇଁ ପ୍ରାୟତଃ ସମୟ ଚର୍ଚ୍ଚାରେ ରହିଥାନ୍ତି ଭେଟେରାନ୍ ଅଭିନେତା ନସିରୁଦ୍ଦିନ୍ ଶାହ । ନିକଟରେ ତାଲିବାନର ଆଫଗାନିସ୍ତାନ କବ୍‌ଜାକୁ ସେ ନିନ୍ଦା କରିଛନ୍ତି । ଏପରିକି ତାଲିବାନର ବିଜୟକୁ ସ୍ୱାଗତ କରିଥିବା ଭାରତୀୟ ମୁସଲମାନଙ୍କୁ ମଧ୍ୟ ସେ…

ଏଠାରେ ‘ସାର୍‌’ ଆଉ ‘ମ୍ୟାଡାମ୍‌’ କହିବା ମନା

ପାଲକ୍କଡ: ସାଧାରଣତଃ ଆମେ ଅନ୍ୟକୁ ସମ୍ମାନ ଦେବା ଅର୍ଥରେ ଡାକିବା ପୂର୍ବରୁ ସାର୍‌ କିମ୍ବା ମ୍ୟାଡାମ୍‌ ବ୍ୟବହାର କରିଥାଉ। କିନ୍ତୁ ଏହି ଗାଁରେ ଏସବୁ ଆଚରଣକୁ ବାରଣ କରାଯାଇଛି। କେରଳର ମାଥୁର ନାମକ ଗ୍ରାମରେ କେହି କାହାକୁ ଡାକିବା ପୂର୍ବରୁ ଏଭଳି ସମ୍ମାନଜନକ ଶବ୍ଦ ପ୍ର‌ୟୋଗ କରିବା ଉପରେ…

୧.୪୨ ଲକ୍ଷରେ ନିଲାମ ହେଲା ସଲ୍‌ମାନଙ୍କ ଟାୱେଲ

ମୁମ୍ବାଇ: ନିଜ ପ୍ରିୟ କଳାକାରଙ୍କ ଜିନିଷ ବ୍ୟବହାର କରିବା ଲାଗି ପ୍ରାୟ ସବୁ ପ୍ରଶଂସକ ଇଚ୍ଛା ପ୍ରକାଶ କରିଥାନ୍ତି। ସେଥିପାଇଁ ସେମାନେ ଯେକୌଣସି ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହାର ପ୍ରମାଣ ମଧ୍ୟ ମିଳିସାରିଛି। ସଲମାନ ଖାନଙ୍କ ଲୋକପ୍ରିୟ 'ଜିନେ କେ ହୈ ଚାର୍…

ବୀରମହାରାଜପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ

ବୀରମହାରାଜପୁର: ଚାରି ଦଫା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ବୀରମହାରାଜପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା,…

ମହାରାଷ୍ଟ୍ରରେ ପୁଣି ଫେରିବ ଲକ୍‌ଡାଉନ!

ମୁମ୍ବାଇ: କରୋନା ଭୂତାଣୁରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଏବେ ତୃତୀୟ ତରଙ୍ଗକୁ ନେଇ ଭୟ ବଢିଥିବା ଦେଖିବାକୁ ମିଳିଛି। ପୁଣି ମହାରାଷ୍ଟ୍ରରେ କରୋନା ପ୍ରତିବନ୍ଧକ ଫେରିପାରେ ବୋଲି ମହାରାଷ୍ଟ୍ର ସରକାର ବିଚାର କରୁଛନ୍ତି। ରାଜ୍ୟରେ ତୃତୀୟ ତରଙ୍ଗର ଆଗମନ ହେବାର ସମ୍ଭାବନାକୁ ନେଇ ସରକାର…

ଆଉ ନାହାନ୍ତି ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଆଉ ନାହାନ୍ତି ଟେଲିଭିଜନ୍ ଦୁନିଆର ଚର୍ଚ୍ଚିତ ଚେହେରା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା । ଆଜି ତାଙ୍କର ମୁମ୍ୱାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୪୦ ବର୍ଷ ବୟସରେ ହୃତଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା…

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ପରଲୋକ ହୋଇଛି। ସେପ୍ଟେମ୍ବର ୨ ରେ ହଠାତ୍ ହୃଦଘାତରେ ସିଦ୍ଧାର୍ଥଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର କୁପର୍ ହସ୍ପିଟାଲ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ଡାକ୍ତରଖାନା ସୂତ୍ରରୁ…