Latest Odisha News

BREAKING NEWS

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୧-୨-୨୦୨୧ ରିଖ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ୧୧ ତାରିଖ ଗୁରୁବାର ମକର ୨୯ ଦିନ ମାଘ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଆଜିର ଘାତବାର- ତୁଳା ଓ କୁମ୍ଭ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ ରାଶି…

ସୁନାମୀ ଆଲର୍ଟ:ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂମିକମ୍ପ, ଥରିଲା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ ହୋଇଛି । ଭୂକମ୍ପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଥରି ଉଠିଛି । ଆମେରିକା ଭୂବୈଜ୍ଞାନିକ ଏଜେନ୍ସି ଅନୁଯାୟୀ,…

ଢେଙ୍କାନାଳ ସହରରେ ପଶିଲା ଦନ୍ତା: ଦଳିଚକଟି ନଷ୍ଟ କଲା ବଗିଚା, ସ୍ଥାନୀୟ ଲୋକେ ଆତଙ୍କିତ

ଢ଼େଙ୍କାନାଳ: ଢେଙ୍କାନାଳ ସହରରେ ଦନ୍ତା ହାତୀ । ଗତ ତିନି ଦିନ ଧରି ଉପଦ୍ରବ ଜାରି ରଖିଛି ଦନ୍ତା । ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।  ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର…

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ତାତିଲେ କୃଷକ, ୧୮ ତାରିଖରେ ଦେଶବ୍ୟାପି ରେଳ ରୋକ

ନୂଆଦିଲ୍ଲୀ : ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ତାତି ଉଠିଛନ୍ତି କୃଷକ ସଙ୍ଗଠନ । ପ୍ରଧାନମନ୍ତ୍ରୀ କୃଷି ଆଇନ୍‌କୁ ବିକଳ୍ପ ଏବଂ ଅନିବାର୍ଯ୍ୟ ନୁହେଁ ବୋଲି ସଂସଦରେ କହିଥିଲେ । ଆଶ୍ୱାସନା ଦେଇ ମୋଦି କହିଥିଲେ ଯେ, କେନ୍ଦ୍ର ସରକାର କୃଷି ଆଇନ୍‌କୁ ନେଇ କୃଷକମାନେ…

ପାଙ୍ଗୋଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ୍ : ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ତେବେ, ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ୱୁ କିଆନଙ୍କ ବିବୃତ୍ତି ଉପରେ ଏପର୍ଯ୍ୟନ୍ତ କୌଣସି…

ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣର ଭୟ ରହୁଥିବାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରିବା ପାଇଁ ବନ୍ଦ ରଖାଯାଉଥିଲା । ତେବେ ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର । ଶ୍ରଦ୍ଧାଳୁ ଜଗା ଦର୍ଶନ ସହ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇ ପାରିବେ । ଏ ନେଇ ଆଜି ସୂଚନା ଦେଇଛନ୍ତି…

କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଉପରେ ଏୟାର ଇଣ୍ଡିଆର ବକେୟା ପଡ଼ିଛି ୪୯୮ କୋଟି ଟଙ୍କା

ନୂଆଦିଲ୍ଲୀ : ଭିଭିଆଇପିଙ୍କ ଯାତ୍ରା, ନିରାପତ୍ତା କାର୍ଯ୍ୟ, ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରା ବାବଦରେ କେନ୍ଦ୍ର ଓ ରାଜ୍ୟ ଉପରେ ଏୟାର ଇଣ୍ଡିଆର ବକେୟା ପଡିଛି ଟଙ୍କା । ୩୧ ଡିସେମ୍ବର ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି…

ରାଜ୍ୟରେ ସୁସ୍ଥ ହେଲେ ୮୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୧ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ଖୋର୍ଦ୍ଧାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଜଣ, ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୫ ଜଣ,…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତିନିଟି ପୁସ୍ତକର ଲୋକାର୍ପଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଟି ପୁସ୍ତକର ଲୋକାର୍ପଣ କରିଛନ୍ତି । ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ସଜ ତୁଳସୀ’ ଓ’ ଅସଜଡା ପାଖୁଡା’ । ଏହି ଦୁଇଟି କବିତା ସଙ୍କଳନରେ କବିସତ୍ତାର…

ପେପରଲେସ୍ ହେଲା RTO

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଏଣିକି ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ…