Latest Odisha News

BREAKING NEWS

ରାଜରାସ୍ତାରେ ଗଜରାଜ

ବାରିପଦା: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜରାସ୍ତାରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବୈଶିଙ୍ଗାରୁ ମାଣିତ୍ରୀକୁ ଯାଇଥିବା ରାସ୍ତାର ମୋହନପୁରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଦନ୍ତା ହାତୀ ଠିଆହୋଇଥିଲା…

ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଆଜି ଅଜୟ ଦେବଗନ୍ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆର ଟ୍ରେଲର ମୁକ୍ତିଲାଭ କରିଛି। ୧୯୭୧ ର ଇଣ୍ଡୋ-ପାକ୍ ଯୁଦ୍ଧ ଉପରେ ଏହି ଫିଲ୍ମ ଆଧାରିତ। ଏହି ଫିଲ୍ମ ଅଗଷ୍ଟ ୧୩ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ଟ୍ରେଲରଟି ଦେଶପ୍ରେମର…

ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ । ବଡ଼ଦେଉଳରୁ ବାହାରି ଆସିଛନ୍ତି ମହାପ୍ରଭୁ । ସିଂହଦ୍ୱାର ଆଗରେ ରଥ ଉପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ଼ ମହାପ୍ରଭୁଙ୍କୁ ଯାଇ ଦର୍ଶନ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ତଥା ଶଙ୍କରାଚାର୍ଯ୍ୟ ସ୍ୱାମୀ…

ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ଭୂମି ପୂଜା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ଆଜି ଏହାର ଭୂମି ପଜା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ରୂପ ପାଇବ ବିଜେଡିର ରାଜ୍ୟ କାର୍ଯ୍ୟାଳୟ । ଅତ୍ୟାଧୁନିକ ଢାଞ୍ଚାରେ ତିନି ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ହେବ । ଏଥିପାଇଁ…

ସେଲ୍‌ଫି ନେବା ସମୟ‌ରେ ବଜ୍ରାଘାତରେ ଗଲା ୧୧ ଜଣଙ୍କ ଜୀବନ

ଜୟପୁର: ସେଲ୍‌ଫି ହେଲା କାଳ। ସେଲ୍‌ଫି ନେବା ସମୟ‌ରେ ବଜ୍ରାଘାତରେ ଚାଲିଗଲା ୧୧ ଜଣଙ୍କ ଜୀବନ। ଆମେର୍‌ ପ୍ୟାଲେସ ନିକଟରେ ବଜ୍ରପାତ ଯୋଗୁ ମୋଟ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ରାଜଧାନୀରେ ଜୟପୁରରେ ପ୍ରବଳ ବର୍ଷା ହେଉଥିବା ବେଳେ ଲୋକମାନେ…

ଟିକା ନେଲା ପରେ ବି ୬୦୦ ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି। ଟିକା ନେଲା ପରେ ବି ଶହ ଶହ ‌ସ୍ବାସ୍ଥ୍ୟ…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ

ପୁରୀ: ରଥାରୁଢ଼ ହେଲେ ଶ୍ରୀଜିଉ । ଧାଡ଼ି ପହଣ୍ଡିରେ ରଥକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ପହଣ୍ଡିରେ ଆସିଥିଲେ ଶ୍ରୀସୁଦର୍ଶନ । ଦେବଦଳନ ରଥରେ ବିଜେ କରିଥିଲେ । ପରେ ପରେ ବଡ଼ଦେଉଳରୁ ବାହାରିଥିଲେ ଶ୍ରୀବଳଭଦ୍ର । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତାଳଧ୍ୱଜ ରଥରେ ବିଜେ କରିଛନ୍ତି…

ଜଗାକୁ ଦେଖିଲା ସାରା ଜଗତ

ପୁରୀ: ରଥଯାତ୍ରାରେ ଜନ୍ମବେଦୀ ବିଜେ କରିବାକୁ ନୀଳକନ୍ଦରରୁ ବାହାରି ଆସିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡରେ ବିଜେ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ । ଜଗାକୁ ଦେଖିଲା ଜଗତ । କଳା ବଦନକୁ ଦେଖି ଭକ୍ତର ମନ ପ୍ରଫୁଲ୍ଲିତ ହୋଇଯାଇଛି ।…

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

କାଳ କାଳର କଷାୟ କଳ୍ମଷ, କୁତ୍ସିତ କୁକର୍ମର କଳଙ୍କ କବଳିତ କରିଛି କରୋନା ରୂପରେ । କଷାଘାତ ତାର ଏତେ ତୀକ୍ଷ୍ଣ ପ୍ରହାର କରୁଛି ଯେ, ବିକଶିତ, ଅବିକଶିତ, ଅର୍ଦ୍ଧବିକଶିତ ସମସ୍ତେ ହାହାକାର କରୁଛନ୍ତି । ସମଗ୍ର ବିଶ୍ୱରେ ଶୁଭୁଛି ଏକ ଅଭୂତପୂର୍ବ ଆର୍ତ୍ତଚିତ୍କାର । ଚତୁର୍ଦିଗେ କେବଳ ଗୋଟିଏ…

ରାଜ୍ୟରେ ୨ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୧ହଜାର ୯୯୩ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୧ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୩୯ । ୬ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।…