Latest Odisha News

BREAKING NEWS

ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକା ଟ୍ରାଏଲ୍ ପାଇଁ ସେରମକୁ ନା

ନୂଆଦିଲ୍ଲୀ: ସେରମ୍ ଇନିଷ୍ଟିଚ୍ୟୁଟକୁ ଝଟକା । ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ମିଳିଲାନି ଅୁମତି । କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଅନୁମତି ଦେଇ ନାହିଁ । ୨-୧୭ ବର୍ଷ ଭିତରେ ପିଲାଙ୍କ ଉପରେ କୋଭୋଭାକ୍ସ ଟିକାର ଟ୍ରାଏଲ୍ ପାଇଁ ଆବେଦନ କରିଥିଲା ସେରମ୍ ।…

ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ

ଶାହରନପୁର( ଉତ୍ତରପ୍ରଦେଶ): ବିଭିନ୍ନ ପ୍ରଜାତିର ଆମ୍ବ ଖାଇଥିବେ। ବର୍ଷକୁ ଏକାଧିକ ଥର ଫଳୁଥିବା ଆମ୍ବଗଛ ବି ଅଛି। ହେଲେ ଗୋଟିଏ ଗଛରେ ଏକାଧିକ ପ୍ରକାର ଆମ୍ବ ଫଳିବା ନିଶ୍ଚିତ ଭାବେ ଅଧିକାଂଶଙ୍କ ପାଇଁ ନୂଆକଥା। ଉତ୍ତରପ୍ରଦେଶର ଶାହରନପୁରର କମ୍ପାନିବାଗ ଅଞ୍ଚଳର ଏହି ଆମ୍ବଗଛ ଏବେ ଲୋକଙ୍କ…

ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ ଭାରତୀୟ ବକ୍ସରଙ୍କଠାରୁ ରହିଛି ପଦକ ଆଶା

ଟୋକିଓ: ଆଉ ୨୨ ଦିନ ପରେ ଟୋକିଓରେ କ୍ରୀଡା ଜଗତର ମହାକୁମ୍ଭ ଭାବେ ବିବେଚିତ ଅଲିମ୍ପିକ୍ସ ଆରମ୍ଭ ହେବ । ବିଜେନ୍ଦର ସିଂ ଏବଂ ମେରୀ କମଙ୍କ ସଫଳତା ପରେ ବକ୍ସିଂରେ ଭାରତୀୟ ବକ୍ସରଙ୍କ ପଦକ ଆଶା ଉଜ୍ଜୀବୀତ ହୋଇଛି । ୧୪ ଥର ଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ବକ୍ସର ୨ଥର ପଦକ…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ECMO ମେସିନ୍

ଭୁବନେଶ୍ୱର: ଓଡ଼ିଶା ଆସିଲା ECMO ମେସିନ୍ । ଭୁବନେଶ୍ୱର ଏମ୍ସ ପ୍ରଥମ ECMO ମେସିନ୍ ପାଇଛି । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର…

କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ DCGI ଅନୁମତି ଲୋଡ଼ିଲା ଜାୟଜସ୍ କାଡିଲା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିପାରେ ଆଉ ଗୋଟିଏ କରୋନା ଟିକା । ମହାମାରୀ ବିରୋଧ ଲଢ଼େଇରେ ସାମିଲ ହେବ ଜାୟଡସ୍ କାଡିଲାର କରୋନା ଭ୍ୟାକସିନ୍ । ଜରୁରିକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆକୁ (DCGI) ଅନୁମତି ମାଗିଛି ଜାୟଡସ୍ କାଡିଲା । ଭାରତରେ ୫୦ଟି…

ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଯୁବକ ଗୁରୁତର

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଦୁଇ ପରିବାର ଭିତରେ ସଂଘର୍ଷ ପରେ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଗୁଳିମାଡ଼ରେ ଆଉ ଜଣେ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ କନ୍ତକୁଳ ଗାଁରେ । ଆହତ ଯୁବକ ହେଉଛନ୍ତି ଗାଁର ଅଖିଳ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ…

ଓଡ଼ିଶାର ୨୨ ଜିଲ୍ଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧିରେ ଧିରେ କମୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୭ଶହ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩ଶହ ୧୨ । ଖୋର୍ଦ୍ଧାରୁ ସର୍ବାଧିକ ୫୮୪ ପଜିଟିଭ୍ ବାହାରିଥିବା ବେଳେ କଟକ ଜିଲ୍ଲାରୁ ୪୬୨, ବାଲେଶ୍ୱରରୁ…

ବଢ଼ିଲା ଟିକା ସଂକଟ: ଆଜି ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ଯୋଗୁ ଆଜି ରାଜ୍ୟରେ ୧୬ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର,…

ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନରେ ଓଡ଼ିଶା: ଅଧିକ ସମୟ ଖୋଲିବ ଦୋକାନ ବଜାର, ସେଲୁନ୍ ଖୋଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍ । କାଟାଗୋରୀ-A ୨୦ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କହାଯାଇଥିବା ବେଳେ କାଟାଗୋରୀ-B ଜିଲ୍ଲାରେ ବି କଟକଣା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି ସରକାର । ଆଜିଠାରୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୦୧-୦୭-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧ରିଖ ଗୁରୁବାର ମିଥୁନ ୧୭ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର- ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି…