Latest Odisha News

BREAKING NEWS

ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ। ଏସମ୍ପର୍କରେ ଲୋକସଭାର ଜେଡି (ୟୁ) ସଂସଦୀୟ ଦଳର ନେତା ତଥା ମୁଙ୍ଗେର ସାଂସଦ ଲଲନ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କ ଏହି ପ୍ରସ୍ତାବିତ ଦିଲ୍ଲୀ ଗସ୍ତର କ୍ୟାବିନେଟ ବିସ୍ତାର ସହିତ କୌଣସି ସମ୍ପର୍କ ନାହିଁ।…

ଆଜି ରାଜ୍ୟରୁ କରୋନା ନେଲା ୩୮ ଜୀବନ

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଚାରେ ରାଜ୍ୟରୁ କରୋୱା ନେଇଛି ଆଉ ୩୮ ଜୀବନ । ୧୫ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

ମହାରାଷ୍ଟ୍ରରେ ୨୧ଟି ଡେଲଟା ପ୍ଲସ୍ କୋଭିଡ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ସେକେଣ୍ଡ ଓ୍ୱେଭ ଟେନସନ୍ ସରିନି । ତୃତୀୟ ଲହର ନେଇ ଆକଳନ ଭିତରେ ଛାନିଆ କଲାଣି ନୂଆ କରୋନାର ନୂଆ ଡେଲଟା ପ୍ଲସ୍ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର ୨୧ଟି କୋଭିଟ୍ କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି ।…

ଓଡ଼ିଶାରେ ୩ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୪.୭୯%

ଭୁବନେଶ୍ୱର: ଓଡ଼ିଶାରେ ଖସୁଛି କରୋନା ସଂକ୍ରମଣ । ପଜିଟିଭ୍ ହାର କମୁଛି । ଆକ୍ଟିଭ୍ କେସ୍ କ୍ରମାଗତ ହ୍ରାସ ପାଉଛି । ଆଜି ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୫୭ ନୂଆ ଆକ୍ରାନ୍ତ । ଏହି ସମୟରେ ୬୧ହଜାର ୬୦୮ କୋଭିଡ୍ ଟେଷ୍ଟ ହୋଇଛି । ଆଜି ରାଜ୍ୟରେ…

ସାରା ବିଶ୍ୱରେ ୫.୫ କୋଟି ଟିକା ଆବଣ୍ଟନ ପ୍ଲାନ୍ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାରା ବିଶ୍ୱକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ମୋଟ୍ ୮ କୋଟି ଡୋଜ୍ ଟିକା ବାଣ୍ଟିବ ବୋଲି ନିକଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିକା ଆବଣ୍ଟନ ପ୍ଲାନ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ…

ରେକର୍ଡ ଟିକାକରଣ: ଦିନକରେ ଦେଶରେ ଦିଆଗଲା ୮୩ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ ଟିକାକରଣରେ ନୂଆ ମାଇଲଖୁଣ୍ଟ । ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାଦାନ ହୋଇଛି । ଦିନକରେ ଦିଆଯାଇଛି ୮୩ ଲକ୍ଷ ଡୋଜ୍ କୋଭିଡ୍ ଟିକା । ନୂଆ ଟିକା ନୀତି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକାକରଣ । ପ୍ରଥମ ଥର ପାଇଁ ଦିନକରେ…

ଶିଶୁମାନଙ୍କ ଦ୍ୱାରା ଉପସ୍ଥାପିତ ହେଲା ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବିଙ୍କ ଅନୁଷ୍ଠାନ 'ଓଡିଶା ପଜିଟିଭ୍' ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବିଶ୍ୱର ବିଭିନ୍ନ ଦେଶର ୭ ରୁ ୧୪ ବର୍ଷ ବୟସର ୧୫ ଜଣ ଶିଶୁ ଭାଗ ନେଇ ନିଜ ସ୍ୱପ୍ନର ଓଡିଶା ବିଷୟରେ ବକ୍ତବ୍ୟ ପ୍ରଦାନ…

କବିତା : ଏ ବାଟରେ

ରାମକୃଷ୍ଣ  ଏ ବାଟରେ ଯେଉଁମାନଙ୍କ ପାଦ ପଡ଼େ ସେମାନେ ଆଉ ଫେରନ୍ତି ନାହିଁ ଫେରେ ଦେହର ସୁଗନ୍ଧ ଲେଉଟାଣି ପବନରେ ଯାହା ଆକ୍ତାମାକ୍ତା କରେ ଅନ୍ଧ ବାଟୋଇକୁ ହଜିଯିବା ଲିଭିଯିବାର ମୋହରେ ! ଅନ୍ଧ ନକହିବ ତ ଆଉ କଣ କେଉଁ ସୁଖ ବା ଥାଏ କେଜାଣି ? ଖଣ୍ଡାଧାରରେ ପାଦ ଥାପି ଥାପି…

ଜାଣନ୍ତୁ,କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୫୬-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୨ ରିଖ  ମଙ୍ଗଳ ବାର  ମିଥୁନ ୮ ଦିନ ଜ୍ୟେଷ୍ଠ  ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଦିନ ୯ ଘ ୨ମିନିଟ୍…

ସ୍ନାନ ପୂର୍ଣ୍ଣିମା ଅବସରରେ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଟିକାରୁ…