Latest Odisha News

BREAKING NEWS

ସାଉଦି ଆରବର ବଡ଼ ଘୋଷଣା; ଦେଶର ନାଗରିକ ଏବଂ ପ୍ରବାସୀଙ୍କୁ ମାଗଣା ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ: ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ୭୦ ପ୍ରତିଶତ ନାଗରିକ ଏବଂ ପ୍ରବାସୀମାନଙ୍କୁ ସଂକ୍ରମଣ ରୋକିବା ପାଇଁ ମାଗଣା ଟୀକାକରଣ କରିବାକୁ ଘୋଷଣା କରିଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଟୀକାକରଣର ଲକ୍ଷ୍ୟ ପୂରଣ ହେବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି।…

ଆଡିସିନାଲ୍ ପିସିସିଏଫ୍ ଅଭୟ କାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ । ବର୍ତ୍ତମାନ ସେ ଆଡିସିନାଲ୍ ପିସିସିଏଫ୍ ଭାବରେ କାର୍ଯ୍ୟରତ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଚାଲିଛି ।…

ମହିଳା ଅପରାଧ ବୃଦ୍ଧି ମାମଲ‌ାରେ ଇମ୍ରାନ ସରକାରଙ୍କ କଠୋର ଆଭିମୁଖ୍ୟ ଗ୍ରହଣ; ବଳାତ୍କାର ଦୋଷୀଙ୍କୁ କରାଯିବ ନପୁଂସକ

ଇସଲାମାବାଦ: ମଙ୍ଗଳବାର ଦିନ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ନିୟମକୁ ଅନୁମୋଦନ ଦେଇଛନ୍ତି ଯେଉଁଥିରେ ରାସାୟନିକ ଶକ୍ତି ବଳରେ ବଳାତ୍କାର ଦୋଷୀଙ୍କୁ ନପୁଂସକ କରିବା ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ଶୀଘ୍ର ଶୁଣାଣିକୁ…

ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ଏଲନ୍‌ ମସ୍କ ହେଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ

ନୂଆଦିଲ୍ଲୀ: ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ହୋଇଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏଲନ୍‌ଙ୍କ ସମ୍ପତ୍ତି ୧୨୮ ବିଲିୟନ ଡଲାର। ଯାହା ପ୍ରାୟ ୯.୪୭ କୋଟି। ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ଏଲନ୍‌ ମସ୍କ ବିଶ୍ୱ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ…

ଦେଶରେ ୯୨ ଲକ୍ଷ ଟପିଲା କରୋନା ସଂକ୍ରମଣ, ଲକ୍ଷେ ୩୪ ହଜାର ମୃତ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଚାନକ ଭାବରେ ବୃଦ୍ଧି ପାଉଛି । ପଜିଟିଭିଟି ରେଟ୍ ପୁଣି ଥରେ ବଢିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୩୭୬ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷ ୨୨ହଜାର ୨୧୭କୁ ବୃଦ୍ଧି ପାଇଛି ।…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ସୁନ୍ଦରଗଡ଼ରେ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ ଏମ୍ସ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ରାଜୀବ ଭୂଷଣଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।…

ଧର୍ମଛଡ଼ା ମଣିଷ; ପଞ୍ଚୁକର ପ୍ରଥମ ଦିନରେ ଶୈବପୀଠରେ କଳାକନା

ଅନଗୁଳ: ଗୋଟିଏ ପଟେ ଆଜି ପଞ୍ଚୁକରେ ଲୋକେ ପୂଜାପାଠ କରି ଧର୍ମ ଅର୍ଜନ କରିଥିବା ବେଳେ ଅନ୍ୟପଟେ ଅନୁଗୁଳର ଏକ ଶୈବପୀଠରେ ବୁଲି ଯାଇଛି କଳାକନା। ସୂଚନାନୁସାରେ, ଗତ ମଧ୍ୟରାତ୍ରୀରେ ଅନୁଗୁଳ ଜିଲ୍ଲା ଜୁବୁଲି ଟାଉନ୍‌ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ କିଛି ଦୁର୍ବୃତ୍ତମାନେ ଚୋରି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରୀଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ରେଡ୍ ଚାଲିଛି ।…

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ

ଖୋର୍ଦ୍ଧା: ଜଙ୍ଗଲ ଛାଡ଼ି ସହର ଭିତରେ ପଶିଲେଣି ହାତୀ । ଖୋର୍ଦ୍ଧା ଜିଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ପ୍ରବେଶ କରିଛନ୍ତି । ଆଜି ସକାଳୁ ସକାଳୁ ଦେଖିଛନ୍ତି ଲୋକ । ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ପ୍ରାୟ ୧୮ଟି ହାତୀ ପଶିଛନ୍ତି । ଗତକାଲି ରାତିରେ ପାଚେରି ଭାଙ୍ଗି ହାତୀମାନେ…

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ…

ପୁରୀ: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶ ଧାରଣ କରନ୍ତି ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଠାକୁରଙ୍କର ଲକ୍ଷ୍ମୀ ନାରାୟଣ ବେଶ କରାଯାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ…