Latest Odisha News

BREAKING NEWS

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ…

ଇମାମି ପେପର ମିଲ୍ସର ୧୦୧ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ

ବାଲେଶ୍ବର: ୧୦୧ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ସୋମବାର ଦିନ ଇମାମି ପେପର ମିଲ୍ସ ଲିମିଟେଡର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ସୂଚନା ଅନୁଯାୟୀ ଗତ ୨୪…

ବିଶିଷ୍ଟ ଶିକ୍ଷାବିତ୍ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ସେ ଗତ କିଛି ଦିନ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ଏପ୍ରିଲ ୧୦ ତାରିଖରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ପରିବାର ସୂତ୍ରରୁ…

ପୁଣି ହସ୍ପିଟାଲରେ ଆଡମିଟ ହେଲେ ଏନସିପି ସୁପ୍ରିମୋ, ଆଜି ଶରଦ ପାଓ୍ୱାରଙ୍କ ହେବ ଅପରେସନ

ମୁମ୍ୱାଇ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୁଣିଥରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଗତକାଲି ତାଙ୍କୁ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ଗଲ୍ଫ ବ୍ଲାଡରରେ  ଅପରେସନ ହେବ ବୋଲି ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଓ୍ୱାର…

ଆଜି ରାଜ୍ୟରେ ପହଞ୍ଚିବ ୨.୭୧ ଲକ୍ଷ ଡୋଜ କରୋନା ଟିକା

ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ଓଡିଶାକୁ ୨.୭୧ ଲକ୍ଷ ଡୋଜ କରୋନା ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଶନିବାର ଦିନ ରାଜ୍ୟ ୨.୫ ଲକ୍ଷ ଡୋଜ ଟିକା ଗ୍ରହଣ କରିଥିଲା। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ…

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍, ଏସସିବିରେ ଦେଇଥିଲା ବିରିୟାନୀ

କଟକ: ଦୁଇ ଦିନ ପରେ ବି ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ପାଉନି ପୋଲିସ । ସେ କେଉଁଠି ଅଛି, ଖୋଳତାଡ ଚାଲିଥିବା ବେଳେ ଆଜି କଟକ କମିଶନରେଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାନ୍ । ସେ ଚାଉଳିଆଗଞ୍ଜ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି…

ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ପାଞ୍ଚ କରୋନା ଟିକା

ନୂଆଦିଲ୍ଲୀ: ଅଧିକରୁ ଅଧିକ ରାଜ୍ୟରେ କରୋନା ଟିକା ଡୋଜର ଅଭାବ ଦେଖାଉଥିବାରୁ କେନ୍ଦ୍ର ସରକାର ଟିକା ଉତ୍ପାଦନକୁ ବହୁଗୁଣିତ କରିବାକୁ ଦାବି କରିଛନ୍ତି। ସରକାରୀ ସୂତ୍ର ମୁତାବିକ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଭାରତକୁ ଆଉ ପାଞ୍ଚ କରୋନା ଟିକା ମିଳିବାର ସମ୍ଭାବନା ରହିଛି। ଭାରତ…

‘MAMI’ ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ର ଚେୟାରମ୍ୟାନ୍ ପଦରୁ 'ବିଦାୟ' ନେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୯ରେ ସେ ଏହି ପଦବୀ ଗ୍ରହଣ କରିଥିଲେ।ଏହି ଅଭିଜ୍ଞତାକୁ ‘ସମୃଦ୍ଧ’ ବୋଲି କହି ଦୀପିକା କହିଛନ୍ତି ଯେ MAMI ସହିତ ତାଙ୍କର…

କୋଭିଡ ଭୟ, ସରକାରୀ ଅଫିସ ନଯିବାକୁ ଅନୁରୋଧ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବ-ରେଜିଷ୍ଟ୍ରାର, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ସମେତ ସରକାରୀ ଅଫିସ ନଯିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟ୍ୱିଟ କରି ଏଭଳି ଅନୁରୋଧ କରିଛନ୍ତି। ଏଥିସହିତ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ନୂଆପଡା ଅଞ୍ଚଳରୁ ୨ ଜଣ…