Latest Odisha News

BREAKING NEWS

ଆଇପିଏଲରୁ ଓହରିଲେ ହାଜେଲଉଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପେସ ବୋଲର ଜୋସ ହାଜେଲଉଡ ଆଇପିଏଲର ୧୪ତମ ସଂସ୍କରଣରେ ଖେଳିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍‌ସ ତାଙ୍କୁ ରିଟେନ କରିଥିଲେ ମଧ୍ୟ ପରିବାର ସହିତ ସମୟ କାଟିବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ସେ ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଭାବେ ଏହି ନିଷ୍ପତି ନେଇଛନ୍ତି ।…

ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା, ମନ୍ଦିରରୁ ଚୋରି ମୋତେ ଆଶ୍ଚର୍ଯ୍ୟ କରିଛି: ପୁରୀ ଗଜପତି

ପୁରୀ: ଆଜି ପୁରୀ ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା । ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ଦିରର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ମନ୍ଦିରରୁ ଲୁଟ ନେଇ ସେ କହିଛନ୍ତି, ଚୋରି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ।…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ୬ ମାସ ଶିଶୁର ଜୀବନ, ଗୁଗଲ୍‌ରେ ସର୍ଚ୍ଚ କରି ଦେଇଥିଲେ ଇଞ୍ଜେକ୍ସନ, ଡାକ୍ତର ଚମ୍ପଟ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଗୁଗୁଲରେ ସର୍ଚ୍ଚ କରି ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ୬ ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ୟୁଟ୍ୟୁବ୍‌ରୁ…

‘ଏପ୍ରିଲ୍ ଫୁଲ୍‌ ଡେ’ରେ ନିଆରା ଢଙ୍ଗରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: 'ଏପ୍ରିଲ୍ ଫୁଲ୍‌ ଡେ'ରେ “କରୋନାଭାଇରସ୍ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ” ବୋଲି ମୁମ୍ବାଇ ପୋଲିସ୍ ଆଜି ଟ୍ୱିଟରରେ ଏକ ନୂଆ ଏବଂ କୌତୁକିଆ ଢଙ୍ଗରେ ଏକ ପୋଷ୍ଟ ସେୟାର୍‌ କରି ଫେସ୍ ମାସ୍କର ମହତ୍ତ୍ବକୁ ନେଇ ସଚେତନତା ସୃଷ୍ଟି କରିଛି। ଗତ କିଛି ସପ୍ତାହରେ ସାରା ଦେଶରେ…

ସର୍ଜରୀ ପରେ ସୁସ୍ଥ ଅଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି। ନିକଟରେ ତାଙ୍କର ଦିଲ୍ଲୀର AIIMS ହସ୍ପିଟାଲରେ ସଫଳ ବାଇପାସ୍ ସର୍ଜରୀ ହୋଇଛି। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। କୋବିନ୍ଦ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ଦେଉଥିବାବେଳେ ଡାକ୍ତରଙ୍କ ଯତ୍ନ ଯୋଗୁଁ…

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହେବା ପରେ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ରଜନୀକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ । ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହେବା ପରେ ରଜନୀକାନ୍ତଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଲେଖିଛନ୍ତି, ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ…

୩୫ ବର୍ଷରେ ପ୍ରଥମ ଥର ପାଇଁ ହ୍ରାସ ପାଇଲା ଭାରତରେ ବାର୍ଷିକ ବିଦ୍ୟୁତ୍ ବ୍ୟବହାର

ନୂଆଦିଲ୍ଲୀ: ଭାରତର ବାର୍ଷିକ ବିଦ୍ୟୁତ୍ ବ୍ୟବହାର ପ୍ରଥମ ଥର ପାଇଁ ହ୍ରାସ ପାଇଛି। ସରକାରୀ ତଥ୍ୟର ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ମୁଖ୍ୟତଃ ସମଗ୍ର ଦେଶରେ କରୋନାଭାଇରସ୍ ହେତୁ ବିଦ୍ୟୁତ ଉତ୍ପାଦନ ହ୍ରାସ ହୋଇଛି। ପୂର୍ବ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ବିଦ୍ୟୁତ୍ ଉତ୍ପାଦନ ୦.୨ ପ୍ରତିଶତ…

କରୋନା ଟିକା ନେଲେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଦିଲ୍ଲୀ (AIIMS) ରେ ଗୁରୁବାର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ କରୋନା ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଘୋଷଣା…

ବେକାବୁ କରୋନା; ଫ୍ରାନ୍ସରେ ଲକ୍‌ଡାଉନ୍‌; ତିନି ସପ୍ତାହ ପାଇଁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଫ୍ରାନ୍ସରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବୁଧବାର ଫ୍ରାନ୍ସକୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ଏହାଦ୍ବାରା କୋଭିଡ-୧୯ ସଂକ୍ରମଣର ତୃତୀୟ ତରଙ୍ଗକୁ…

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାତ୍ମାଗାନ୍ଧୀ ଜଣେ ଦୃଢ ସମର୍ଥକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି…