Latest Odisha News

BREAKING NEWS

କେତେ ସୁରକ୍ଷିତ ପେନକିଲର୍ ?

ନୂଆଦିଲ୍ଲୀ : ଆମେ ସାଧାରଣତଃ କୌଣସି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନକିଲର୍ ଖାଇଥାଉ  । କିନ୍ତୁ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥାଉ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ସୁରକ୍ଷିତ ।  ଗତକାଲି ପେନକିଲର ବାବଦରେ ଏକ ଚେତାବନୀ ଦେଇଛନ୍ତି ଭାରତୀୟ ଫାର୍ମାକୋପିୟା ଆୟୋଗ  । ଆମେ ବେଶୀ କରି ମେଫଟାଲକୁ ପେନକିଲର ହିସାବରେ ବ୍ୟବହାର କରୁ ।  କିନ୍ତୁ ଆୟୋଗଙ୍କ କହିବା ଅନୁଯାୟୀ ଏଥିରେ ବ୍ୟବହୃତ ମେଫେନାମିକ ଏସିଡ୍ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିପାରେ  ।

ଇସନଫିଲିଆ ଏବଂ ସିଷ୍ଟମମେଟିକ୍  ଲକ୍ଷଣ ସିଣ୍ଡ୍ରୋମ ପ୍ରତିକ୍ରିୟା ସୃଷ୍ଟି କରିପାରେ ।  ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଖାଉଥିବା ଏହି ଓୗଷଧ ଆମ ପାଇଁ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରେ । ମେଫେନାମିକ୍ ଏସିଡ୍ ଆଥ୍ରାଇଟିସ୍ , ଅଷ୍ଟିଓ ଆଥ୍ରାଇଟିସ୍ , ଯନ୍ତ୍ରଣା, ଜ୍ବର ଏବଂ ଦାନ୍ତ ଯନ୍ତ୍ରଣା ପାଇଁ ଏହି ଏସିଡ୍ ବ୍ୟବହୃତ ହୁଏ  । ଏହି ଔଷଧ ବହୁ ପୂର୍ବରୁ ଜଣାଶୁଣା  । କିନ୍ତୁ ଏହାକୁ ସୀମିତ ମାତ୍ରାରେ ରୋଗୀଙ୍କୁ ବ୍ୟବହାର କରିବାକୁ ଦିଆଯିବା ଆବଶ୍ୟକ  ।

ଅନେକ ଡାକ୍ତରଙ୍କ ମତରେ ଔଷଧର ପ୍ରତିକ୍ରିୟା ରୋଗୀଙ୍କ ଉପରେ ନିର୍ଭର କରେ । କିନ୍ତୁ ପ୍ରକୃତ ସମସ୍ୟା ହେଉଛି ଏହାର ମାତ୍ରାଧିକ ବ୍ୟବହାର । dress ସିଣ୍ଡ୍ରୋମ୍  ଏକ ଆଲର୍ଜି ପ୍ରତିକ୍ରିୟା  । ଯାହା ପ୍ରାୟ ୧୦ ପ୍ରତିଶତ ଲୋକଙ୍କୁ ପ୍ରଭାବିତ କରିଥାଏ  । ଏହା ଜ୍ବର , ଚର୍ମରେ ନାଲି ନାଲି ଦାଗ, ଲିମ୍ପେଡୋନିପାଥି ଭଳି ସମସ୍ୟା ସୃଷ୍ଟି କରିଥାଏ  । ଏହା ଓୗଷଧ ବ୍ୟବହାର କରିବାର ଦୁଇରୁ ଆଠ ସପ୍ତାହ ମଧ୍ୟରେ ଦେଖାଦେଇଥାଏ  । ତେଣୁ ଏହି ଜଟିଳ ପ୍ରତିକ୍ରିୟାକୁ ରୋକିବା ପାଇଁ ଓୗଷଧର ବ୍ୟବହାରରେ ସଚେତନତା ନିହାତି ଆବଶ୍ୟକ  ।

 

Leave A Reply

Your email address will not be published.