Latest Odisha News

BREAKING NEWS

ଫାଇଦା ଜାଣି ଚମକି ପଡିବେ..

ନୂଆଦିଲ୍ଲୀ : ସାଧାରଣତଃ ଆମେ ଆମ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାଉ  । ଏକ ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ  । କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ବାସି ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ ।

ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ । ରୁଟି ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ । ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ । ରୁଟି ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରଖିବା ସହ  ସହଜରେ ହଜମ ହେବାରେ ସାହାଯ୍ୟ କରେ । ଭାତ ତୁଳନାରେ ରୁଟିରେ କମ୍ କ୍ୟାଲୋରୀ ରହିଥାଏ । ରୁଟିରେ ଥିବା  ଜିଙ୍କ ଏବଂ ଅନ୍ୟ ମିନେରାଲ୍ସ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ ।

ବାସି ରୁଟି ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। କ୍ଷୀରରେ ୧୦ ମିନିଟ୍ ବାସି ରୁଟି ଭିଜାଇ ରଖନ୍ତୁ, ପରେ ଏହାକୁ ସକାଳର ଜଳଖିଆରେ ଖାଆନ୍ତୁ। ଏଭଳି ନିୟମିତ କରିବା ଦ୍ବାରା ବହୁତ ଶୀଘ୍ର ରକ୍ତଚ୍ଚାପ ନିୟନ୍ତ୍ରିତ ହେବ । ପେଟ ସମସ୍ୟା ଦୂର କରିବା ସହ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ବାସି ରୁଟି  । ଏହା ଛଡା ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଉତ୍ତମ ଅଟେ। ଓଜନ ହ୍ରାସ ପାଇଁ ବାସି ରୁଟି ବେଶ ଲାଭଦାୟକ। ଏଥିରେ ପ୍ରୋଟିନ୍‌‌ ଓ ଫାଇବର ରହିଛି। ଫଳରେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ। ବାରମ୍ବାର ଭୋକ ହୋଇ ନଥାଏ। ବାସି ରୁଟି ଖାଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ।

Leave A Reply

Your email address will not be published.