Latest Odisha News

BREAKING NEWS

ସିଆଇଏସସିଇ ଜାରି କଲା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ: ଦେଖନ୍ତୁ, କେଉଁଦିନ କ’ଣ ଅଛି ପରୀକ୍ଷା

ନୂଆଦିଲ୍ଲୀ:କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା ୨୦୨୪ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ସିଆଇଏସସିଇ ବୋର୍ଡର ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ ୱେବସାଇଟ cisce.orgକୁ ଯାଇ ଡେଟସିଟ ଦେଖି ପାରିବେ ।

ଜାରି ଡେଟସିଟ ଅନୁସାରେ ଦଶମ ଆଇସିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ହେବ । ପ୍ରଥମ ଦିନ ଇଂରାଜୀ ଭାଷା ପେପର ରହିଛି । ପରୀକ୍ଷା ୨୦୨୪ ମାର୍ଚ୍ଚ ୨୮ ତାରିଖରେ କଳା ପେପର-୪ ସହ ସରିବ । ଆର୍ଟ ପେପର ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟ ପେପର ସବୁ ସକାଳ ୧୧ଟାରେ ଆରମ୍ଭ ହେବ । ଆର୍ଟ ପେପରର ଅବଧି ୩ ଘଣ୍ଟା ଥିବାବେଳେ ଅନ୍ୟ ପେପରର ଅବଧି  ୨ ଘଣ୍ଟା ରହିବ ।

ସେହିପରି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୨ରୁ ଆରମ୍ଭ ହୋଇ ୨୦୨୪ ଏପ୍ରିଲ ୩ ତାରିଖରେ ଶେଷ ହେବ । ସମସ୍ତ ପେପରର ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହେବ ଏବଂ ଅବଧି ୩ ଘଣ୍ଟା ରହିଛି । ତେବେ ପ୍ରଶ୍ନ ପତ୍ର ପଢିବା ପାଇଁ ଅଧିକ ୧୫ ମିନିଟ ଦିଆଯିବ ।

ଡେଟସିଟ ଜାଣିବା ପାଇଁ-

୧-ପ୍ରଥମେ ବୋର୍ଡର ଅଫିସିଆଲ ୱେବ ସାଇଟ cisce.orgକୁ ଯାଆନ୍ତୁ

୨-ହୋମ ପେଜରେ ICSE ବା ISC ବୋର୍ଡ ପରୀକ୍ଷା ୨୦୨୪ ଟାଇମ ଟେବୁଲରେ କ୍ଲିକ କରନ୍ତୁ

୩-ବୋର୍ଡ ପରୀକ୍ଷା ଟାଇମ ଟେବୁଲର ପିଡିଏଫ ସ୍କ୍ରିନରେ ଖୋଲିବ, ଏହାକୁ ଭଲ କରି ଦେଖିନିଅନ୍ତୁ

୪-ଏହାକୁ ଡାଉନଲୋଡ କରି ନିଅନ୍ତୁ । ଆବଶ୍ୟକ ପଡିଲେ ପ୍ରିଣ୍ଟଆଉଟ ବି କାଢି ନିଅନ୍ତୁ

Leave A Reply

Your email address will not be published.