Latest Odisha News

BREAKING NEWS

କଳା ଯାଦୁ ପାଇଁ ଜିତିଲା ଭାରତ; ପାକ୍ ଗଣମାଧ୍ୟମରେ ଅଜବ ଦାବି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ହାଇଭୋଲଟେଜ୍ ଲିଗ୍ ମ୍ୟାଚରେ ଭାରତ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଗଣମାଧ୍ୟମର ଅଜବ ଦାବି କରିଛନ୍ତି।

ଏକ ପାକିସ୍ତାନୀ ଟିଭି ଡିବେଟରେ ଜଣେ ପ୍ୟାନେଲିଷ୍ଟ ଦାବି କରିଛନ୍ତି ଯେ ଭାରତ ବିଜୟ ହାସଲ କରିବାପାଇଁ ପାକିସ୍ତାନୀ ଖେଳାଳିମାନଙ୍କ ଉପରେ ‘କଳା ଯାଦୁ’ କରିଥିଲେ। ଏଥିପାଇଁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ୨୨ ଜଣ ହିନ୍ଦୁ ପଣ୍ଡିତଙ୍କୁ ପଠାଇଥିଲା ଭାରତ।

ସେହିପରି ଅନ୍ୟ ଜଣେ ଦାବି କରିଥିଲେ ଯେ ଭାରତ ପାକିସ୍ତାନରେ ଖେଳିବାକୁ ମନା କରିଥିଲା କାରଣ ସେଠାରେ ‘ପଣ୍ଡିତ’ ମାନଙ୍କ ପ୍ରବେଶ ନିଷେଧ ଅଟେ। ତେବେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସାତ ଜଣ ପଣ୍ଡିତ ପୂଜାର୍ଚ୍ଚନା କରିବାକୁ ଗ୍ରାଉଣ୍ଡ ଆସିଥିଲେ।

ତେବେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ସଚିବ ଜୟ ଶାହ ଏହାକୁ ମିଛ କହିବା ସହ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ ବୋଲି ଏକ ମଧ୍ଯ ଟ୍ୱିଟ୍ କରିଛନ୍ତି।

ତେବେ ପାକିସ୍ତାନ ଏଭଳି ଅଭିଯୋଗ ଲଗାଇବା ନୂଆ ନୁହେଁ। ଏହା ପୂର୍ବରୁ ଆଇସିସି ବିଶ୍ୱକପ୍ ୨୦୨୩ରେ ମଧ୍ଯ ବିସିସିଆଇ ‘କଳା ଯାଦୁ’ର ସାହାଯ୍ୟ ନେଇଥିବା କଥା ଜଣେ ପାକିସ୍ତାନୀ ସାମ୍ବାଦିକ ଦାବି କରିଥିଲେ।

Comments are closed.