Latest Odisha News

BREAKING NEWS

ପରମାଣୁ ବୋମାର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ !

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାଶ୍ମୀରକୁ ନେଇ ଆଲୋଚନା ହୋଇଛି । କାଶ୍ମୀର ମାମଲାରେ ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ତୃତୀୟ ରାଷ୍ଟ୍ର ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ ବୋଲି ରୋକଠୋକ୍ ମନା କରିଦେବା ପରେ ଆମେରିକା ଏହି ମାମଲାରେ ୟୁଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି । ଆମେରିକା ରାଷ୍ଟ୍ରପତି ମଧ୍ୟ ବିଶ୍ୱ ସମୁଦାୟକୁ ଖୋଲାଖୋଲି ଭାବେ କହିଛନ୍ତି ଯେ, ଭାରତ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି । ଉଭୟ ଭାରତ ଓ ପାକିସ୍ତାନ ଏହି ମାମଲାରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ । କାଶ୍ମୀର ମାମଲାରେ ପାକିସ୍ତାନ ଯେଉଁ ଶେଷ ଆଶା ବାନ୍ଧିଥିଲା ତାହା ଆଜି ଫସର ଫାଟିଯାଇଛି । ପାକିସ୍ତାନକୁ ଏହା ଏକ ବଡ଼ ଝଟକା ସଦୃଶ ହୋଇଛି । ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟୋନପାୟ ହୋଇ ଭାରତକୁ ପରମାଣୁ ବୋମାର ଧମକ ଦେବାକୁ ପଛାଇ ନାହାଁନ୍ତି ।

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ପାକିସ୍ତାନକୁ କାଶ୍ମୀର ମାମଲାରେ କୌଣସି ରାଷ୍ଟ୍ର ସମର୍ଥନ କରୁନାହାନ୍ତି । ଉଭୟ ଦେଶ ନିକଟରେ ପରମାଣୁ ଅସ୍ତ୍ର ରହିଛି । ଏହି ଯୁଦ୍ଧର କୌଣସି ପରିଣାମ ଆସିବ ନାହିଁ ବରଂ ସମଗ୍ର ବିଶ୍ୱ ଧ୍ୱଂସ ହୋଇଯିବ । ବହୁଦେଶ ପ୍ରଭାବିତ ହେବେ । କାଶ୍ମୀର ଲାଗି ପାକିସ୍ତାନ ଯେକୌଣସି ପଦକ୍ଷେପ ନେଇପାରେ ।

Leave A Reply

Your email address will not be published.