ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା, ୪୨ ଡିଗ୍ରୀ ଛୁଇଁଲା ପାରଦ । ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର । ସେହିଭଳି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୮ ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫ ସୋନପୁର ୪୧.୨, ଟିଟିଲାଗଡ଼ ୪୧ ସୁନ୍ଦରଗଡ଼ ୪୦.୮, ଢେଙ୍କାନାଳ ୪୦.୬ ରାଉରକେଲାରେ ୪୦.୫ ଡିଗ୍ରୀ ପାରଦ ରେକର୍ଡ ହୀରାକୁଦ, ଭବାନୀପାଟଣା ଓ ବାରିପଦାରେ ୪୦.୨ ଡିଗ୍ରୀ ରହିଥିଲା ।
ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଲଗାତର ତିନି ଦିନ ୨ ଡିଗ୍ରୀ ଲେଖାଏଁ ପାରଦ ଚଢୁଛି । ଆଉ ଗରମ ସାଙ୍ଗକୁ ଗ୍ରୀଷ୍ମ ଲହରୀ ଅଣାୟତ କରୁଛି । ଦିନରେ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଯାଇଥିବାରୁ ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହେଲାଣି । ସାଧାରଣତଃ ମାର୍ଚ୍ଚ ମାସ ଶେଷ ସପ୍ତାହରେ ୪ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ହେଲେ ଏଥର ୧୦ ଦିନ ଆଗରୁ ହିଟ୍ ୱେଭ କଣ୍ଡିସନ ଆରମ୍ଭ ହୋଇଗଲାଣି ।
ସୂଚନା ଥାଉକି, ଏବର୍ଷ ମାର୍ଚ୍ଚ, ଏପ୍ରିଲ, ମେ ତିନି ମାସ ପ୍ରବଳ ଖରା ସାଙ୍ଗକୁ ଗ୍ରୀଷ୍ମ ଲହରୀ ଅଧିକ ଦିନ ରହିବ ବୋଲି ଆଗୁଆ ସତର୍କ କରିଥିଲା ଭାରତୀୟ ପାଣିପାଗ ବିଭାଗ।
Comments are closed.