Latest Odisha News

BREAKING NEWS

୧୩ ବର୍ଷ ପରେ ଟି୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପ୍ର୍‌ମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ୭ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୩ ବର୍ଷ ପରେ ପରେ ଟି୨୦ ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ବିଜେତାକୁ ପାକିସ୍ତାନ ଭେଟିବ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ୱିକେଟ ହରାଇ ୧୫୨ ରନ କରିଥିଲା । ହାତରେ ୱିକେଟ ଥିଲେ ମଧ୍ୟ ପାକିସ୍ତାନର ଶାଣୀତ ବୋଲିଂ ଆଗରେ କିୱି ଟିମ ବଡ ସ୍କୋର କରିପାରି ନ ଥିଲା । ଡାରେଲ ମିଚେଲ ୫୩ ରନ କରି ନଟଆଉଟ ଥିବା ବେଳେ ଅଧିନାୟକ କେନ ୱିଲିୟମସନ ୪୬ ରନ କରିଥିଲେ । ଶାହୀନ ଆଫ୍ରିଦୀ ପାକିସ୍ତାନ ପକ୍ଷରୁ ସର୍ବାଧିକ ୨ଟି ୱିକେଟ ନେଇଥିଲେ ।

୧୫୩ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୯.୧ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ବାବର ଆଜମ ୫୩ ଓ ମହମ୍ମଦ ରିଜୱାନ ୫୭ ରନ କରି ପାକିସ୍ତାନକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ଶେଷ ଭାଗରେ ନ୍ୟୁଜିଲାଣ୍ଡ ବୋଲର ଭଲ ବୋଲିଂ କରିବାକୁ ମ୍ୟାଚ ୨୦ତମ ଓଭର ପର୍ଯ୍ୟନ୍ତ ଯାଇଥିଲା । ମହମ୍ମଦ ହ୍ୟାରିଶ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଟ୍ରେଂଟ ବୋଲ୍ଟ ୨ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ମହମ୍ମଦ ରିଜୱାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲ ।

Leave A Reply

Your email address will not be published.