Latest Odisha News

BREAKING NEWS

ଆଫଗାନିସ୍ତାନ ସମ୍ମୁଖରେ ୨୮୩ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

ଚେନ୍ନାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୨୮୩ ରନର ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅବଦୁଲ୍ଲ ସଫିକ ଓ ଇମାମ ଉଲ ହକ ପ୍ରଥମ ୱିକେଟରେ ୫୬ ରନ କରିଥିଲେ । ଇମାମ ୧୭ ରନ କରି ପ୍ୟାଭିଲିୟନ ଫେ ରି ଯାଇଥିଲେ । ଏହା ପରେ ସଫିକ ଓ ବାବର ଆଜାମ ଇନିଂସ ସମ୍ଭାଳିଥିଲେ । ସଫିକ ୫୮ ଓ ବାବର ୭୪ ରନ କରିଥିଲେ । ଶେଷ ଭାଗରେ ସଦାବ ଖାଁ (୪୦)ଓ ଇଫତିଖାର ଅହମ୍ମଦ (୪୦)ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ଯୋଗୁ ପାକିସ୍ତାନ ଭଲ ସ୍କୋର କରିପାରିଥିଲା ।

ଆଫଗାନିସ୍ତାନ ପକ୍ଷରୁ ନୂର ଅହମ୍ମଦ ୩ଟି ୱିକେଟ ନେଇଥିବା ବେଳେ ନବୀନ ଉଲ ହକ ୨ଟି ୱିକେଟ ହାସଲ କରିଥିଲେ । ପାକିସ୍ତାନ ୪ଟି ମ୍ୟାଚରୁ ୪ ପଂଏଟ ପାଇଥିବା ବେଳେ ଆଫଗାନିସ୍ତାନ ସମାନ ସଂଖ୍ୟକ ମ୍ୟାଚ ଖେଳି ୨ ପଂଏଟ ହାସଲ କରିଛି । ପାକିସ୍ତାନ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ଆଶା ଉଜ୍ଜବୀତ ରଖିବାକୁ ଚାହିଁବ ।

Leave A Reply

Your email address will not be published.