Latest Odisha News

BREAKING NEWS

ଖଟରେ ନୁହେଁ, କଫିନ୍‌ରେ ଶୁଅନ୍ତି ଯୁବତୀ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ଭଲରେ ରହିବା ପାଇଁ ଘର ଖଣ୍ଡିଏ କରିଥାନ୍ତି । ଆଉ ଶାନ୍ତିରେ ଟିକେ ଶୋଇବା ପାଇଁ ଆରାମଦାୟକ ବେଡ଼ର ବ୍ୟବସ୍ଥା କରିଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଏପରି ଏକ ସ୍ଥାନରେ ଶୁଅନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ପ୍ରତ୍ୟେକ ଦିନ କଫିନ୍‌ରେ ଶୋଇବାକୁ ଭଲ ପାଇଥାନ୍ତି ।

ସ୍ୟାଡ୍ ସ୍ପାଇସ୍ ନାମକ ଜଣେ ଯୁବତୀ ନିକଟରେ ତାଙ୍କ ଅଜବ ବେଡ୍‌ରୁମ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ଭିଡ଼ିଓରେ କୌଣସି ସୁନ୍ଦର ଘର ନ ଥିଲା । ବରଂ ଏକ କଫିନ ଥିଲା । ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଏକ କାଠବାକ୍ସ ଭିତରେ ରଖାଯାଇ କବର ଦିଆଯାଇଥାଏ । ହେଲେ ଉକ୍ତ ଯୁବତୀ ଜଣଙ୍କ ଛୋଟବେଳୁ ମୃତ ଲୋକଙ୍କ ପାଇଁ ଥିବା କାଠବାକ୍ସରେ ଶୋଇବାକୁ ସ୍ୱପ୍ନ ଦେଖି ଆସୁଥିବା କହିଛନ୍ତି । ସେ ଶୋଇବା ପାଇଁ ଏକ ଖାସ୍ କଫିନ ପ୍ରସ୍ତୁତ କରିଛନ୍ତି ।

ସେ ୬ ଫୁଟ ୮ ଇଞ୍ଚର କଫିନରେ ନିୟମିତ ଶୋଉଛନ୍ତି । ସେହି କଫିନ ଦେଖିବାକୁ ଆରାମଦାୟକ ଲାଗୁ ନ ଥିଲେ ମଧ୍ୟ ଯୁବତୀ ତାକୁ ବେଶ୍ ଆରାମଦାୟକ ବୋଲି କହିଛନ୍ତି । ସେ ଶୋଇବା ସମୟରେ କଫିନକୁ ବନ୍ଦ କରନ୍ତିନି । ସ୍ୟାଡ଼ ଜଣକ କହିଛନ୍ତି, ତାଙ୍କୁ ୧୪ ବର୍ଷ ହୋଇଥିବାବେଳେ ସେ କଫିନରେ ଶୋଇବାକୁ ସ୍ୱପ୍ନ ଦେଖିଥିଲେ । ତାଙ୍କ କହିବା କଥା ଯେ ସେ ଏହି କଫିନ ଯୋଗୁ ଖରାପ ଜିନିଷରୁ ନିଜକୁ ବଞ୍ଚାଇପାରନ୍ତି ।

Leave A Reply

Your email address will not be published.