ଭୁବନେଶ୍ୱର: ଓଡ଼ିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମରେ ଭାଗ ନେଇଥିବା ୪ ଓଡ଼ିଆ ଖେଳାଳି । ପୁରୁଷ ହକି ଦଳର ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଡିଫେଣ୍ଡର ଅମିତ ରୋହିଦାସ ଏବଂ ମହିଳା ଟିମର ଉପଅଧିନାୟିକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ସେମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିବେ ।

ଗତକାଲି ଦିଲ୍ଲୀରୁ ୪ ହକି ତାରକା ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ଜେନା, କ୍ରୀଡ଼ା ସଚିବ ଆର୍. ଭିନିଲକ୍ରିଷ୍ଣା, ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀଙ୍କ ସମେତ ଖେଳାଳିଙ୍କ ପରିବାର ସେମାନଙ୍କୁ ସ୍ୱାଗତ କରିଥିଲେ ।

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ମେଡାଲ୍ ଜିତିଛି । ୪୧ ବର୍ଷ ପରେ ପଦକ ଜିତିବା ସହ ନୂଆ ଇତିହାସ ରଚିଛି ଭାରତ । ସେହିପରି ମହିଳା ହକି ଟିମ୍ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲ୍ ଖେଳିଛି । ବ୍ରୋଞ୍ଜ ମେଡାଲରୁ ବଞ୍ଚିତ ହୋଇଥିଲେ ବି ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଛି । ଭାରତୀୟ ଟିମରେ ପ୍ରତିନିଧିତ୍ୱ କରିଥିବାରୁ ୪ ଓଡ଼ିଆ ହକି ଖେଳାଳି ନିଜକୁ ଗର୍ବିତ ମନେ କରିଛନ୍ତି ।

BREAKING NEWS
- PM-Xi Jinping Bilateral: ଆସୁଛନ୍ତି ଜିନପିଙ୍ଗ…ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ଼ ବୈଠକ?
- ଦେଶବ୍ୟାପୀ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ, ସପ୍ତାହକୁ ୫ ଦିନ କାମ…
- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର
- ପ୍ରବଳ ବର୍ଷା ଆଶଙ୍କା; ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
- ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI

Comments are closed.