Latest Odisha News

BREAKING NEWS

ମା’ ଏବଂ ବାପାଙ୍କ ସହ ମିଶି ଚକୋଲେଟ୍‌ ତିଆରି କରୁଛନ୍ତି ତୈମୁର୍‌ ; ଫଟୋ ଭ‌ାଇରାଲ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ କରୀନା କପୁର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ  ତୈମୁର ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି। ତୈମୁର ଏବେ ପାଲାମପୁରରେ ତାଙ୍କ ପିତାମାତାଙ୍କ ସହ ଛୁଟି କଟାଉଛନ୍ତି। ଏହି ଛୁଟିଦିନର ଅନେକ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ବହୁତ ସୃଜନଶୀଳ କାର୍ଯ୍ୟ କରୁଥିବା ଏବଂ ଶିଖୁଥିବା ଦେଖିବାକୁ ମିଳିଛି।

କିଛି ଦିନ ପୂର୍ବେ କରୀନା କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତୈମୁର ମାଟି ପାତ୍ର ତିଆରି କାର୍ଯ୍ୟ ଶିଖୁଥିଲେ। ତେଣୁ ଏହା ପୂର୍ବରୁ କରୀନା ଏକ କପକେକ୍ ତିଆରି କରିବାର ଫଟୋ ସେୟାର କରିଥିଲେ। ଏବେ ତାଙ୍କର ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତୈମୁର ଟ୍ରେରେ ଚକୋଲେଟ୍ ଲଗାଉଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ ତୈମୁରଙ୍କୁ ଦେଖୁଥିବାର ନଜର ଆସିଛନ୍ତି। କରୀନା ଏବଂ ସୈଫ୍‌ଙ୍କ ପ୍ରଶଂସକ ଏହି ଫଟୋ ବହୁତ ପସନ୍ଦ କରିଛନ୍ତି ଏବଂ ତୈମୁରଙ୍କ ଏହି କାର୍ଯ୍ୟକୁ ଅତି ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.