Latest Odisha News

BREAKING NEWS

ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା, ରୋଡ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜଧାନୀରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଛନ୍ତି ରୋଡ୍ ସୋ’ । ନବୀନଙ୍କ ରୋଡ ସୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗରରୁ ରୋଡ ସୋ’ ଆରମ୍ଭ କରିଛନ୍ତି ନବୀନ । ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ୱର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ୟୁନିଟ-୬ ଗଙ୍ଗନଗରରୁ ରୋଡ଼ ସୋ’ ଆରମ୍ଭ ହୋଇ ଶିଶୁ ଭବନ ଛକରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ନବୀନଙ୍କ ରୋଡ଼ ସୋ’ ପାଇଁ ଦଳ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଛି । ସହରରେ ଟ୍ରାଫିକ କଟକଣା ମଧ୍ୟ ଲାଗୁ ହୋଇଛି । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିଛନ୍ତି । ରୋଡ ସୋ’ ଦୁଇ ପାର୍ଶ୍ଵରେ ଥିବା କୋଠାଗୁଡିକରେ ବି ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।ଏଲଆଇସି, ଛକ, ଗୋପବନ୍ଧୁ ଛକ, ୟୁନିଟ ୮, ୟୁନିଟ ୮ ଡିଏଭି ସ୍କୁଲ, ବାଲୁଙ୍କେଶ୍ୱରୀ ମନ୍ଦିର, ମମତାଜଲି ସ୍କୁଲ, ଶ୍ରୀକୃଷ୍ଣ କ୍ଳବ, କଳିଙ୍ଗ ଷ୍ଟାଡିୟମ ଛକ, ନିକୋ ପାର୍କ, ବାଇଆ ବାବା ଛକ, ରୂପଲି ଛକ, ସତ୍ୟନଗର, ଶ୍ରେୟା ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଓ ଶେଷରେ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯିବ ନବୀନଙ୍କ ରୋଡ ସୋ’ ।

Leave A Reply

Your email address will not be published.