Latest Odisha News

BREAKING NEWS

ପଣ୍ଡିତ ହରି ପ୍ରସାଦ ଚୌରାସିଆ ପାଇଲେ ‘ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ ‘ଗୁରୁ ଦେବପ୍ରସାଦ ପୁରସ୍କାର’ ଉତ୍ସବ ଉଦଯାପିତ ହୋଇଯାଇଛି।

ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ  ପ୍ରଖ୍ୟାତ ବଂଶୀବାଦକ ତଥା ସଙ୍ଗୀତ ସଂଯୋଜକ ହରି ପ୍ରସାଦ ଚୌରାସିଆଙ୍କୁ ‘ଗରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ୨୦୨୧’ ପ୍ରଦାନ କରାଯାଇଛି। ତାଙ୍କ ସହ ମାଲେସିଆର ଓଡ଼ିଶୀ ନୃତ୍ୟଶିଳ୍ପୀ ରାମଲି ଇବ୍ରାହିମ, କଥକ ନୃତ୍ୟଶିଳ୍ପୀ ବିଦୁଷି ଶାଶ୍ୱତୀ ସେନ ଓ ଛଉ ନୃତ୍ୟଶିଳ୍ପୀ ଗୁରୁ ସଦାଶିବ ପ୍ରଧାନଙ୍କୁ ‘ଦେବପ୍ରସାଦ ସମ୍ମାନ’ ପ୍ରଦାନ କରାଯାଇଛି। ସେହିପରି କାଓରୀ ନାକା, ଆଲୋକ ବିଶୋଇ ଏବଂ ଜି ନାଗେଶ୍ୱରୀଙ୍କୁ ‘ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି।

ଉଦଯାପନୀ ଉତ୍ସବରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ ଚନ୍ଦ୍ର ପଣ୍ଡା, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଓଡ଼ିଶୀ ଓ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଶ୍ରୀନିବାସ ଘଟୁଆରୀଙ୍କ ସଞ୍ଚଳନାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।

Comments are closed.