Latest Odisha News

ଭାରତରେ କିଭଳି ହେବ ଟିକାର ପ୍ରୟୋଗ, ସ୍ଥିର ହେବ ରଣନୀତି

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବା ପାଇଁ ସବୁ ଦେଶ ଅଣ୍ଟା ଭିଡିଛନ୍ତି । ଟିକା ବିକଶିତ କାମକୁ ତ୍ୱରାନ୍ୱିତ କରାଯାଇଛି । ଭାରତରେ କିଭଳି ଭ୍ୟାକସିନର ପ୍ରୟୋଗ କରାଯିବ ? କିଭଳି କରାଯିବ ବଣ୍ଟନ ? ଆଜି ଟିକା ପରିଚାଳନା ନେଇ ବସୁଛି ବୈଷୟିକ କମିଟି ବୈଠକ ।

ନୀତି ଆୟୋଗ କମିଟି ସଦସ୍ୟ ଡକ୍ଚର ଭି. କେ. ପଲ୍‌ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କୋଭିଡ-୧୯ ଟିକାର ଉତ୍ପାଦନ ଓ ବଣ୍ଟନକୁ ବ୍ୟବସ୍ଥିତ କରିବା ଦିଗରେ ବିସ୍ତୃତ ଭାବରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଟିକାର ନୀତିଗତ ଦୃଷ୍ଟିକୋଣ ନେଇ ବି ବିଚାରବିମର୍ଶ କରାଯିବ । ଏନେଇ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ବୈଠକରେ ସମସ୍ତ ରାଜ୍ୟ ସରକାର ଓ ଟିକା ଉତ୍ପାଦନକାରୀ ସଂସ୍ଥା ଭଳି ଅଂଶୀଦାର ଉପସ୍ଥିତ ରହିବେ।

କରୋନାକୁ ମାରିବା ପାଇଁ ଭାରତ 3ଟି ଭ୍ୟାକସିନର ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ଚଳାଇଛି । ଭାରତ ବାୟୋଟେକର କୋଭାକ୍‌ସିନ, ଓ ଜାଇଡସ କାଡିଲା ଓ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଅକ୍ସଫୋର୍ଡ ଟିକାର ଟ୍ରାଏଲ୍ ଚାଲିଛି ।

Leave A Reply

Your email address will not be published.