Latest Odisha News

BREAKING NEWS

କୋଭିଡ ମହାମାରୀ: ୩ ମାସର ସ୍କୁଲ ଫି ଛାଡ଼ କଲା ଯାଜପୁରର ଏହି ବିଦ୍ୟାଳୟ

ଯାଜପୁର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ୩ ମାସର ସମ୍ପୁର୍ଣ୍ଣ ସ୍କୁଲ୍ ଫି ଛାଡ କରିଛି ଏକ ଘରୋଇ ସ୍କୁଲ । ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ ଥିବା ଡ୍ରିମ୍ ଇଣ୍ଡିଆ ସ୍କୁଲ କତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।

ଏନେଇ ସ୍କୁଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଭଳି ଜଟିଳ ପରିସ୍ଥିତିରେ ଅବିଭାବକଙ୍କ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହିତ ଯେଉଁ ଅବିଭାବକ ମାନେ ଅନ୍ୟ ମାସର ଫି ମଧ୍ୟ ଦେଇ ନପାରିବେ, ସେମାନଙ୍କ ପାଇଁ ମଧ୍ୟ ରିହାତିର ବ୍ୟବସ୍ଥା କରାଯାଇଥିବା ସ୍କୁଲ କତୃପକ୍ଷ କହିଛନ୍ତି । ସେପଟେ ସ୍କୁଲର ଏଭଳି ପଦକ୍ଷେପକୁ ନେଇ ଅଭିଭାବକ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.